ସାରା ବିଶ୍ବର ବ୍ୟବହାରକାରୀଙ୍କୁ ପ୍ରଭାବିତ କରିଥିଲା ଇନ୍‌ଷ୍ଟାଗ୍ରାମ୍‌

ସାରା ବିଶ୍ବର ବ୍ୟବହାରକାରୀଙ୍କୁ ପ୍ରଭାବିତ କରିଥିଲା ଇନ୍‌ଷ୍ଟାଗ୍ରାମ୍‌

ନୂଆଦିଲ୍ଳୀ: ସୋମବାରଦିନ ସଂଧ୍ୟାରେ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଡାଉନ ହୋଇ ଯାଇଥିଲା। ବ୍ୟବହାରକାରୀଙ୍କୁ ବିନା ନୋଟଇସ୍‌ରେ ଅସ୍ଥାୟୀ ଭାବେ ଆକାଉଣ୍ଟ୍‌କୁ ବନ୍ଦ କରି ଦିଆ ଯାଇଥିଲା ବୋଲି କମ୍ପାନି ପକ୍ଷରୁ ସୂଚନା ମିଳିଛି। ତେବେ ମେଟାର ଏହି କମ୍ପାନି ଏପର୍ଯ୍ୟନ୍ତ କହିନାହିଁ ଯେ କ’ଣ ପାଇଁ ଏପରି ଭାବେ ଆକାଉଣ୍ଟ୍‌କୁ ବନ୍ଦ କରିବାକୁ ପଡ଼ିଲା ବୋଲି।

ଅବ୍ୟଶ ରାତି ଯାକ ଏହି ସମସ୍ୟା ରହିବା ପରେ ସକାଳକୁ ଇନ୍‌ଷ୍ଟାଗ୍ରାମ୍‌ ପୁଣି ଚାଲିଥିଲା। ଏ ନେଇ ଇନଷ୍ଟାଗ୍ରାମ୍‌ ପକ୍ଷରୁ ଏକ ଟ୍ବିଟ୍‌ କରାଯାଇ କୁହାଯାଇଛି ଯେ ‘ଏହି ସମସ୍ୟାର ଏବେ ସମାଧାନ ହୋଇସାରିଛି। ଏହା ସାରା ବିଶ୍ବର ବ୍ୟବହାରକାରୀଙ୍କୁ ପ୍ରଭାବିତ କରିଥିଲା। ଏପରିକି କିଛି ସମୟ ପାଇଁ ଫଲୋର୍ସ ସଂଖ୍ୟାରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ସେଥିପାଇଁ ଦୁଃଖିତ।’
ଅକ୍ଟୋବର ୨୫ ଦୀପାବଳିରେ ମେସେଜ ସେୟାରିଂ ଆପ ହ୍ୱାଟସଆପରେ ଏକ ବଡ଼ ବିଭ୍ରାଟ ଦେଖାଯାଇଥିଲା । ଏହା ଫଳରେ ଦେଶ ଏବଂ ବିଦେଶରେ ଅନେକ ଉପଭୋକ୍ତା ଭିଡିଓ ଏବଂ ଫଟୋ ସେୟାର କରିବାକୁ ଅସମର୍ଥ ହୋଇଥିଲେ । କିଛି ଘଣ୍ଟା ଏହି ବିଭ୍ରାଟ ରହିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା ।

ଗତକାଲି ଇନଷ୍ଟାଗ୍ରାମ ଡାଉନ ହେବା ପରେ ବ୍ୟବହାରକାରୀ ଚିନ୍ତାରେ ରହିଥିଲେ। ଲୋକମାନେ ନିଜ ନିଜର ଆକାଉଣ୍ଟ ଚଳାଇବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏପରିକି ଏହି ଲୋକପ୍ରିୟ ସୋସିଆଲ ମିଡିଆ ଆପର ଅନେକ ଉପଭୋକ୍ତା ଅଭିଯୋଗ କରିଥିଲେ ଯେ ସେମାନଙ୍କ ଆକାଉଣ୍ଟ ଅଚଳ କିମ୍ବା ରଦ୍ଦ ହୋଇଯାଇଛି।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!