ସୁଟ୍

ସୁଟ୍

ସାଧାରଣତଃ ମହିଳାମାନେ ସାଲଓ୍ବାର ସୁଟ୍‌ ପିନ୍ଧିବାକୁ ଅଧିକ ପସନ୍ଦ କରନ୍ତି। ଏହା ପିନ୍ଧିବାକୁ ବେଶ୍‌ ଆରାମଦାୟକ ହୋଇଥାଏ। ଦେଖିବାକୁ ଗଲେ ପୁରୁଣା ଦିନର କିଛି ଡିଜାଇନ ଏବେ ଟ୍ରେଣ୍ଡ ପାଲଟିଗଲାଣି ଯାହା ଦେଖିବାକୁ ସୁନ୍ଦର ଓ କ୍ଲାସି ଲାଗିଥାଏ। ଯଦି ଆପଣ ସାଲଓ୍ବାର ପିନ୍ଧିବାକୁ ସୌକିନ୍‌ ତେବେ ଆମେ ଆପଣଙ୍କୁ କିଛି ଏମିତି ଡିଜାଇନ୍‌ ବିଷୟରେ କହୁଛୁ ତାହା ଆପଣଙ୍କୁ ନିହାତି ଟ୍ରାଏ କରିବା ଦରକାର।

ଭାରି ପ୍ଲାଜୋ ଡିଜାଇନ: ଭାରି ଲୁକ୍‌ ବାଲା ପ୍ଲାଜୋ ଡିଜାଇନ ଦେଖିବାକୁ ଖୁବ୍‌ ସୁନ୍ଦର ଲାଗିଥାଏ। ଏହାକୁ କ୍ୟାରି କରିବା ବହୁତ ସହଜ ହୋଇଥାଏ। ଏହି ସୁଟ୍‌ରେ ହାଇନେକ୍‌,କଲର ନେକ୍‌ କିମ୍ବା ଭି ନେକ୍‌ ଲାଇନକୁ ଆପଣ ନିଜ ହିସାବରେ ଚୟନ କରିପାରିବେ।

ଅନାରକଲି ଡିଜାଇନ: ଅନାରକଲି ଡିଜାଇନ୍‌ରେ ପ୍ରସ୍ତୁତ ହୋଇଥିବା ସୁଟ୍‌ ପୁରୁଣା ଯୁଗରେ ବହୁତ ପସନ୍ଦ କରାଯାଉଥିଲା; ଯାହାର ଫ୍ୟାଶନ ଆଜି ବି ଆଉଟ୍‌ ହୋଇନାହିଁ। ଏଥିରେ ପାଦ ପର୍ଯ୍ୟନ୍ତ ଫର୍କ ଷ୍ଟାଇଲ୍‌ କୁର୍ତ୍ତି ଫ୍ରିଲ୍‌ ସହିତ ଆସିଥାଏ। ସେଠି ଏହାର ବଟମ୍‌ କଥା କହିଲେ ଏଥିରେ ଚୁଡିଦାର କରି ପିନ୍ଧାଯାଇପାରିବ ନ ହେଲେ ଆଙ୍କେଲ ଲେଙ୍ଗ୍‌ଥ ଲେଙ୍ଗିଗ୍ସ ପିନ୍ଧିପାରିବେ।

ଲେହେଙ୍ଗା କୁର୍ତ୍ତା ଡିଜାଇନ: ଲେହେଙ୍ଗା କୁର୍ତ୍ତା ଡିଜାଇନ୍‌ରେ ପ୍ରସ୍ତୁତ ହୋଇଥିବା ସୁଟ୍‌ ଦେଖିବାକୁ ବହୁ ସୁନ୍ଦର ଓ ଆଟ୍ରାକ୍ଟିଭ୍‌ ମଧ୍ୟ ଲାଗିଥାଏ। ଏଥିରେ ଆପଣ ସ୍ଲିମ୍‌ ଦେଖାଯିବା ସହ ଭଲ ମଧ୍ୟ ଦେଖାଯିବେ। ହେଭି ଲେହେଙ୍ଗା କୁର୍ତ୍ତି ସହିତ ସବୁବେଳେ ହାଲ୍‌କା ଦୁପଟ୍ଟା ହିଁ ପସନ୍ଦ କରନ୍ତୁ।

ପଟିଆଲା ସୁଟ୍‌ ଡିଜାଇନ: ଆଜିକାଲି ସବୁ ମହିଳାଙ୍କୁ ପଟିଆଲା ସୁଟ୍‌ ବେଶ୍‌ ପସନ୍ଦ ଆସୁଛି। ଏଥିରେ ଆପଣ ସର୍ଟ କୁର୍ତ୍ତି ପିନ୍ଧିଲେ ଭଲ ମାନିଥାଏ।
ଷ୍ଟ୍ରେଟ୍‌ ପ୍ୟାଣ୍ଟ ଡିଜାଇନ୍‌ : ଲଙ୍ଗ୍‌ କୁର୍ତ୍ତି ସହିତ ସର୍ଟ ଆଙ୍କଲ ଲେଙ୍ଗ୍‌ନ୍ଥ ଷ୍ଟ୍ରେଟ୍‌ ପ୍ୟାଣ୍ଟ ଆଜିକାଲି ଯୁବତୀଙ୍କ ବେଶ୍‌ ପସନ୍ଦ। ଏହାକୁ ଆପଣ ସାଲଓ୍ବାର ସୁଟ୍‌ ଡିଜାଇନ ବେଶ୍‌ ପସନ୍ଦ ଆସୁଛି। ମହିଳାମାନେ ବି ଏହାକୁ ଟ୍ରାଏ କରୁଛନ୍ତି

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!