ସୁସ୍ମିତା ମିଞ୍ଜ-ଆଲିସା ଲୁଗୁନଙ୍କ ମୃତ୍ୟୁ ମଧ୍ୟରେ କୌଣସି ଲିଙ୍କ ନାହିଁ – ଏସପି

ସୁସ୍ମିତା ମିଞ୍ଜ-ଆଲିସା ଲୁଗୁନଙ୍କ ମୃତ୍ୟୁ ମଧ୍ୟରେ କୌଣସି ଲିଙ୍କ ନାହିଁ – ଏସପି

ରାଉରକେଲା:ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଏବଂ ଉଦିତନଗର ଥାନା ଏଏସଆଇ ଆଲିସା ଲୁଗୁନଙ୍କ ମୃତ୍ୟୁ ଘଟଣାରେ କୌଣସି ଲିଙ୍କ ନଥିବା ବୁଧବାର ଦିନ ସ୍ପଷ୍ଟ କରିଛନ୍ତି ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର।ମୃତ ଏଏସଆଇ ଆଲିସା ମୃତ ସୁସ୍ମିତା ମିଞ୍ଜଙ୍କର ପିଏସଓ ନଥିଲେ ବୋଲି ଏସପି କହିଛନ୍ତି। ଉଭୟ ମାମଲାର ଗୁରୁତ୍ଵର ସହ ତଦନ୍ତ କରାଯାଉଛି, ଖୁବ ଶୀଘ୍ର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଆଶା ରହିଥିବା ସେ କହିଛନ୍ତି।ସୁସ୍ମିତା ମିଞ୍ଜଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ବୁଧବାର ଦିନ ଗୁରୁଣ୍ଡିଆ ବିଡିଓ ଏବଂ ସିଡିପିଓଙ୍କୁ ଡାକି ପଚରାଉଚରା କରୁଛନ୍ତି ମାମଲାର ତଦନ୍ତ କରୁଥିବା ଅଧିକାରୀ।ଗତ ସେପ୍ଟେମ୍ବର ୧୯ ତାରିଖରେ ରାଉରକେଲାର ସେନସରୀ ପାର୍କରେ ଥିବା ପୋଖରୀରୁ ସନ୍ଦେହଜନକ ଭାବେ ସହକାରୀ ଜିଲ୍ଲାପାଳ ସୁସ୍ମିତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ସୁସ୍ମିତାଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଅଣାଯିବା ପରେ ପରେ ରାଉରକେଲା ଏସପିଙ୍କ ନିର୍ଦେଶ କ୍ରମେ ଡିଏସପି ପାହ୍ୟାର ଅଧିକାରୀ ବନିତା ମାଝି ଏହି ଘଟଣାର ତଦନ୍ତ କରୁଛନ୍ତି।ସେହିପରି ରବିବାର ସନ୍ଧ୍ୟାରେ ଏକ ଘରୋଇ ବସ୍ କିଛି ଯାତ୍ରୀଙ୍କୁ ଧରି ରାଜଗାଙ୍ଗପୁରରୁ ରାଉରକେଲା ଆସୁଥିଲାବେଳେ ଏସଟିଆଇ ଛକ ନିକଟରେ ଏକ କାରକୁ ଧକ୍କା ଦେଇଥିଲା। ପରେ କାରରେ ବସିଥିବା ଯୁବକ ବସ୍ ଡ୍ରାଇଭରର ଓ କଣ୍ଡକ୍ଟର ସହ ପାଟିତୁଣ୍ଡ କରିଥିଲେ। ପରେ କାରରେ ଥିବାର ଯୁବକମାନେ ବସକୁ ଅଟକାଇ ଭଙ୍ଗାରୁଜା କରିଥିଲେ। ଖବର ପାଇ ଉଦିତନଗର ଥାନା ଏଏସଆଇ ଆଲିସା ନରମି ଲୁଗୁନ ଏବଂ କିଛି ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସମୟରେ ହଠାତ ବହୋସ ହୋଇଯାଇଥିଲେ ଏଏସଆଇ ଆଲିସା। ଗୁରୁତର ଅବସ୍ଥାରେ ଆଲିସାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଲିସାଙ୍କ ପରିବାର ଅଭିଯୋଗ କ୍ରମେ ପୋଲିସ ଏକ ହତ୍ୟା ମମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!