ସେଞ୍ଚୁରୀ ପାର୍‌ କଲାଣି ଟମାଟୋ ଦର ।ଟଙ୍କା ସରୁଛି ସତ ହେଲେ ପୁରୁନି ବ୍ୟାଗ୍‌

ସେଞ୍ଚୁରୀ ପାର୍‌ କଲାଣି ଟମାଟୋ ଦର ।ଟଙ୍କା ସରୁଛି ସତ ହେଲେ ପୁରୁନି ବ୍ୟାଗ୍‌

ଭୁବନେଶ୍ୱର:(କାଞ୍ଚନଟିଭି)ବଜାରରେ ପରିବା ଦର ଆକାଶ ଛୁଆଁ । ବେପାରୀ ମାଲାମାଲ, ଚାଷୀ ହତାଶ। ୮୦ ଟଙ୍କା ତଳକୁ ନାହିଁ କୌଣସି ପରିବା ଦାମ୍ । କିନ୍ତୁ ଦରଦାମ ବୃଦ୍ଧିର ପ୍ରକୃତ ଲାଭ ପାଉନି ଚାଷୀ । ପନିପରିବା ଚାଷ ଜମି ନିକଟରୁ ଅତି କମରେ ବେପାରୀ କିଣି ଆଣି ବଜାରରେ ଚଢ଼ା ଦରରେ ବିକୁଥିବା ଜଣାପଡ଼ିଛି ଦର ବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକିଲେଣି ଖାଉଟି। ହୁ ହୁ ହୋଇ ବଢ଼ିବାରେ ଲାଗିଛି ପରିବା ଦର। ଟଙ୍କା ସରୁଛି ସତ ହେଲେ ପରିବା ବ୍ୟାଗ୍‌ ପୁରୁନି । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଘରେ ଚାଉଳ ଥିଲେ ବି ସୁଷମ ଖାଦ୍ୟ ଏବେ ଅପହଞ୍ଚ। କାରଣ ତରକାରୀ ପାଇଁ ପରିବା କିଣିପାରୁନାହାନ୍ତି ଲୋକ। ବଜାରରେ ଅଧିକାଂଶ ପରିବା ଦର ଶହେ ଟଙ୍କା ଉପରେ। ଏମିତି ଉଚ୍ଚା ଦରରେ ପରିବା କିଣିବାକୁ ନେଇ ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର ଚିନ୍ତାରେ ପଡ଼ିଛନ୍ତି। ସେଞ୍ଚୁରୀ ପାର୍‌ କଲାଣି ଟମାଟୋ ଦର ସେହିପରି କିଛି ଦିନ ତଳେ ଯେଉଁ ପରିବା କିଲୋ ପିଛା ୨୦ରୁ ୩୦ ଟଙ୍କାରେ ବିକ୍ରି ହେଉଥିଲା, ଏବେ ବର୍ଷା ସେହି ପରିବା ଦର ପ୍ରାୟ ତିନି ଗୁଣ ବୃଦ୍ଧି ପାଇଛି। ଏବେ ହାଟରେ ବିନ୍‌ସ କିଲୋ ୨୫୦ ଟଙ୍କା ରହିଛି। ସେହିପରି ଝୁଡୁଙ୍ଗ କିଲୋ ୧୦୦ରୁ ୧୨୦, କ୍ୟାପସିକମ୍ ୧୫୦, ଫୁଲ କୋବି କିଲୋ ୮୦ ଟଙ୍କା, ବାଇଗଣ କିଲୋ ୯୦ରୁ ୧୧୦, ପୋଟଳ କିଲୋ ୧୦୦, ବିଲାତି କିଲୋ ୧୦୦, ଭେଣ୍ଡି କିଲୋ ୯୦, କାଙ୍କଡ଼ କିଲୋ ୯୦, କାକୁଡ଼ି କିଲୋ ୮୦, କଲରା କିଲୋ ୧୦୦, ସଜନାଛୁଇଁ କିଲୋ ୮୦ରୁ ୧୦୦ , କଞ୍ଚା ଲଙ୍କା କିଲୋ ୨୦୦ ଟଙ୍କା ଓ ସାରୁ କିଲୋ ୫୦ ଟଙ୍କା ରହିଛି। କଞ୍ଚା କଦଳୀ ଗୋଟାକୁ ୨୦ ଟଙ୍କା। ସେହିଭଳି କଖାରୁ, ଭଣ୍ଡା, ଲାଉ ଦର ସାମାନ୍ୟ କମ୍‌ (୪୦ରୁ ୫୦ ଟଙ୍କା କିଲୋ) ରହିଛି। ଫଳରେ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ବେଙ୍ଗାଲୁରୁ, ଆନ୍ଧ୍ରପ୍ରଦେଶ, କୋଲକାତା, ନାସିକ, ରାୟପୁରରୁ ଚଢ଼ା ଦରରେ ପରିବା କିଣା ଯାଉଥିବାରୁ ଏଠି ଦର ବଢ଼ୁଛି। ଏଥିରେ କେବଳ ଖାଉଟି ନୁହନ୍ତି, ବ୍ୟବସାୟୀମାନେ ମଧ୍ୟ କ୍ଷତି ସହୁଛନ୍ତି।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!