ସ୍ଵାଦକୁ କମ୍ ବେଶୀ କରିବ ସ୍ମାଟ୍ ବାସନ
ନୂଆଦିଲ୍ଲୀ:(କାଞ୍ଚନଟିଭି) ଖାଦ୍ୟରେ ଲୁଣ କମ୍ ବେଶୀ କରିବ ସ୍ମାର୍ଟ ବାସନ । ଯେକୌଣସି ତରକାରୀର ସ୍ୱାଦକୁ ବଢ଼ାଇଥାଏ ଲୁଣ । ଆବଶ୍ୟକ ଅନୁସାରେ ଲୁଣ ସବୁ ଆଇଟମ୍କୁ ସୁସ୍ୱାଦୁ କରେ । ସେଥିରେ ଟିକେ କମ୍ ବେଶୀ ହୋଇଗଲେ ଅନେକ ସ୍ଥଳରେ ଖାଇହୁଏ ନାହିଁ । ଏହି ସମସ୍ୟାର ସମାଧାନ ଲାଗି ଜାପାନର ଗବେଷକମାନେ ଏବେ ସ୍ମାର୍ଟ ବାସନ ବନାଇଛନ୍ତି । ସେହି ବାସନର ସ୍ୱତନ୍ତ୍ରତା ହେଲା ଖାଦ୍ୟରେ ଲୁଣ କମ୍ ଥିଲେ ଆପଣଙ୍କୁ ଆଉ ଅଲଗା ଭାବେ ଲୁଣ ପକାଇବାକୁ ପଡ଼ିବ ନାହିଁ । ବାସନଟି ନିଜେ ଖାଦ୍ୟକୁ ଆବଶ୍ୟକ ଅନୁସାରେ ଲୁଣିଆ କରିଦେବ ।
ଜାପାନର ମେଇଜି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଓ କ୍ରିରିନ୍ ହୋଲ୍ଡିଂସର ଡେଭଲପର୍ସ ମିଶି ଏହି ସ୍ୱତନ୍ତ୍ର ଗିନା ଓ ଚାମଚକୁ ପ୍ରସ୍ତୁତ କରିଛନ୍ତି । ଗିନାଟି ଖାଦ୍ୟରେ ଲୁଣକୁ ବଢ଼ାଇବା ଲାଗି ବିଦ୍ୟୁତ୍ର ବ୍ୟବହାର କରିଥାଏ । ସେଥିରେ ଏକ ଇନ୍ବିଲ୍ଟ ବ୍ୟାଟେରି ରହିଛି । ଗବେଷକମାନଙ୍କ ଅନୁସାରେ, ଏହି ଗିନା ଓ ଚାମଚ ଜରିଆରେ ଖାଦ୍ୟକୁ ଦେଢ଼ ଗୁଣ ଅଧିକ ଲୁଣିଆ କରିହେବ । ସେହିପରି କମ୍ ଲୁଣ ଖାଇବାକୁ ପସନ୍ଦ କରୁଥିବା ଲୋକଙ୍କ ଲାଗି ବି ଏହା ଏକ ଭଲ ବିକଳ୍ପ । ଆସନ୍ତାବର୍ଷ ଜାପାନରେ ଏହି ବାସନ ଲଞ୍ଚ ହେବ ବୋଲି ସୂଚନା ମିଳିଛି । ତେବେ ଏହାର ଦାମ୍ କେତେ ରହିବ ତାହା ସ୍ଥିରୀକୃତ ହୋଇନାହିଁ