ସ୍ୱଚ୍ଛ ଓ ସୁନ୍ଦର ରାଜଧାନୀ ପାଇଁ ବିଏମ୍ସିର ନୂଆ ପ୍ରୟାସ

ସ୍ୱଚ୍ଛ ଓ ସୁନ୍ଦର ରାଜଧାନୀ ପାଇଁ ବିଏମ୍ସିର ନୂଆ ପ୍ରୟାସ


ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ୍): ଏଣିକି ଅଳିଆକୁ ନେଇ ରାଜଧାନୀ ଭୁବନେଶ୍ୱର ବାସିନ୍ଦାଙ୍କୁ ଆଉ ଚିନ୍ତା କରିବାକୁ ପଡ଼ିବନି । ସହରରେ ଡୋର ଟୁ ଡୋ ଅଳିଆ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିବାବେଳେ ଆଗକୁ ବାଇକ୍ ଯୋଗେ ଘରୁ ଅରଳିଆ ଆସିବ । ବର୍ତ୍ତମାନ ସମୟରେ ଭୁବନେଶ୍ୱରର ପ୍ରତ୍ୟେକ ଗଳିକନ୍ଦୁକୁ ଗାଡ଼ି ଯାଇପାରୁ ନଥିବାରୁ ଅଳିଆ ପରିବହନ ନେଇ ସମସ୍ୟା ସୃଷ୍ଟି ହେଉଛି । ଏଣୁ ଆଗାମୀ ଦିନରେ ଯେଉଁ ସ୍ଥାନକୁ ୩ ଚକିଆ ବ୍ୟାଟେରୀ ଗାଡ଼ି ତଥା ବଡ଼ ଗାଡ଼ି ଅଳିଆ ସଂଗ୍ରହ କରିବାକୁ ଯାଇ ନ ପାରୁଥିବ ସେଠାକୁ ବାଇକ୍ ଯୋଗେ ବର୍ଜ୍ୟ ଅଣାଯିବ ବୋଲି ପ୍ରକାଶ ପାଇଛି ।

ତେବେ ଓସାରିଆ, ଅଣଓସାରିଆ ସବୁ ପ୍ରକାରର ଗଳିକନ୍ଦିରେ ବାଇକ୍ ସହଜରେ ଯାତାୟାତ କରିବା ସହ ଅଳିଆ ପରିବହନ କରିପାରିବ ବୋଲି ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ବାଇକ୍ ପଛରେ ଜୋମାଟୋ ଫୁଡ ବକ୍ସ ଭଳି ଏକ ବକ୍ସ ଲଗାଯାଇ ସେଥିରେ ଅଳିଆ ସଂଗ୍ରହ କରାଯିବ । ଏହି କାର୍ଯ୍ୟରେ ନିୟୋଜିତ ହେବେ ସଫେଇ କର୍ମଚାରୀ । କର୍ମଚାରୀମାନେ ବାଇକରେ ଅଳିଆ ସଂଗ୍ରହ କରି ମୁଖ୍ୟ ରାସ୍ତାରେ ଥିବା ସଫେଇ ଗାଡ଼ିରେ ତାହାକୁ ଭର୍ତ୍ତି କରିବେ ।
ଭୁବନେଶ୍ୱର ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ଦିଗରେ ବିଏମସି ନୂଆ ନୂଆ ପଦକ୍ଷେପ ନେଉଛି । ବିଏମସି ପକ୍ଷରୁ ଏବେ ରାତ୍ରିକାଳୀନ ସଫେଇକୁ ଗୁରୁତ୍ୱ ଦିଆଯାଇଛି । ଆଗକୁ ସହରର ବିଭିନ୍ନ ୱାର୍ଡରେ ରାତ୍ରିକାଳୀନ ସଫେଇ କାର୍ଯ୍ୟ ଆରମ୍ଭ କରାଯିବ । ଲୋକମାନେ ସେସପୁଲ ଗାଡ଼ି ବୁକ୍ କରିପାରିବେ । ଯେଉଁମାନେ ବିବାହ, ବ୍ରତ ଭଳି କାର୍ଯ୍ୟକ୍ରମ କରୁଛନ୍ତି, ସେମାନେ ଏହି ବିଏମ୍ସି ଦ୍ୱାରା ଦିଆଯାଇଥିବା ଆପ ଦ୍ୱାରା ବିଏମସିର ସଫେଇ ଗାଡ଼ି ବୁକ୍ କରିପାରିବେ ବୋଲି ପ୍ରକାଶ ପାଇଛି । ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ପୁରୁଣା ଭୁବନେଶ୍ୱର ଅଞ୍ଚଳରୁ ଏହାକୁ କାର୍ଯ୍ୟକାରୀ କରାଯିବ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଦେଶର ପ୍ରଥମ ସହର ଓ ମହାନଗର ନିଗମ ଭାବେ ବିଏମସି ଏହାକୁ କାର୍ଯ୍ୟକାରୀ କରିବ ବୋଲି ପ୍ରକାଶ ପାଇଛି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!