ହାଜର ହୋଇଛନ୍ତି ମହିଳା କମିସନଙ୍କ ନିକଟରେ ଦୀପିକା

ହାଜର ହୋଇଛନ୍ତି ମହିଳା କମିସନଙ୍କ ନିକଟରେ ଦୀପିକା

ବ୍ରହ୍ମପୁର:(ବ୍ୟୁରୋ ରିପୋର୍ଟ୍) ବ୍ରହ୍ମପୁରର ଝିଅ ଦୀପିକା ମହିଳା କମିସନଙ୍କ ନିକଟରେ ଆଜି ହାଜର ହୋଇଛନ୍ତି। ମହିଳା କମିସନଙ୍କ ନିକଟରେ ତାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ। ୧୪ ତାରିଖରେ ତାଙ୍କୁ ଓ ତାଙ୍କ ପିଲାର ବାପା ବୋଲି କୁହାଯାଉଥିବା ଦିନେଶଙ୍କୁ ହାଜର ହେବା ଲାଗି ମହିଳା କମିସନ ବ୍ରହ୍ମପୁର ଏସପିଙ୍କ ଜରିଆରେ ନିର୍ଦେଶ ଦେଇଥିଲେ। ଦୀପିକା ପୂର୍ବରୁ ମଧ୍ୟ ମହିଳା କମିସନରେ ହାଜର ହୋଇଥିଲେ। ଏବେ ଦେଖିବା କଥା ଆସନ୍ତାକାଲି ଦିନେଶ ମହିଳା କମିସନଙ୍କ ନିକଟରେ ହାଜର ହେଉଛନ୍ତି କି ନା।

ସୂଚନାଯୋଗ୍ୟ, ପ୍ରେମିକ କେ.ଦିନେଶଙ୍କ ଘର ଆଗରେ ୭୦ରୁ ଅଧିକ ଦିନ ହେଲା ସ୍ତ୍ରୀର ମାନ୍ୟତା ଦାବିରେ ଦୀପିକା ଧାରଣାରେ ବସିଛନ୍ତି। ଦୀପିକା ଓ ଦିନେଶ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଉଭୟ ପରସ୍ପରକୁ ଭଲ ପାଉଥିଲେ। ହେଲେ, ପରବର୍ତୀ ସମୟରେ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା। ବିବାଦ ଥାନାରେ ପହଞ୍ଚିଥିଲା । ଦୀପିକାଙ୍କ ଅଭିଯୋଗ ଆଧାରରେ ଦିନେଶ ଜେଲକୁ ଯାଇଥିଲେ। ଆଉ ଜେଲରୁ ଫେରିବା ପରେ ଦିନେଶ ଦୀପିକାଙ୍କୁ ଧରାଛୁଆଁ ଦେଇ ନଥିଲେ। ଏହା ଭିତରେ ଦୀପିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଆଉ ସେହି ପିଲାର ବାପା ଦିନେଶ ବୋଲି ଦୀପିକା ଦାବି କରିଆସୁଛନ୍ତି।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!