୧ରେ ଘୂର୍ଣ୍ଣିବଳୟ

୧ରେ ଘୂର୍ଣ୍ଣିବଳୟ

ଭୁବନେଶ୍ୱର(କାଞ୍ଚନଟିଭି): ଗତ ୨ ବର୍ଷ ପରି ଏଥର ବି ଫିକା ପଡ଼ିପାରେ ପୂଜା ମଉଜ । ଦୁର୍ଗାପୂଜା ଆରମ୍ଭରୁ ହିଁ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଫଳରେ ଧୁମଧାମରେ ପୂଜା ପାଳନ ନେଇ ହୋଇଥିବା ଯୋଜନା ପାଣି ଫୋଟକା ପରି ମିଳାଇଯିବା ଆଶଙ୍କା ସୃଷ୍ଟି ହେଲାଣି।

ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅକ୍ଟୋବର ପହିଲାରେ ଉତ୍ତର-ପୂର୍ବ ଓ ତତ୍‌ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି । ଯାହା ଫଳରେ ୧ ତାରିଖରୁ ଉପକୂଳ ଓଡିଶାରେ ବର୍ଷା ହୋଇପାରେ। ପରେ ୨ ଏବଂ ୩ ତାରିଖରେ ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ବଢିବା ନେଇ ଆକଳନ କରାଯାଇଛି । ତେବେ ଘୂର୍ଣ୍ଣିବଳୟଟି ଲଘୁଚାପ ରୂପ ନେବ କି ନାହିଁ ତାହା ସ୍ପଷ୍ଟ ହୋଇନି

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus (0 )
error: Content is protected !!