୧୩ ଜିଲ୍ଲାରେ  ୟେଲୋ ୱାର୍ଣ୍ଣିଂ ,ପ୍ରବଳ ଛେଚିବ

୧୩ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ,ପ୍ରବଳ ଛେଚିବ

ଭୁବନେଶ୍ୱର:(କାଞ୍ଚନଟିଭି ବ୍ୟୁରୋ)ରାଜ୍ୟରେ ସକ୍ରିୟ ରହିଛି ପଶ୍ଚିମା ଝଡ଼ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେଉଛି । ଆସନ୍ତା ଦୁଇ ଦିନ ଯାଏ ଝଡ଼ ବର୍ଷା ହେବ । ଆଜି ପାଇଁ ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାଗୁଡ଼ିକ ହେଲା ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ । ଏସବୁ ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ।

ଏଥିସହ ୩୦-୪୦ କିଲୋମିଟର ବେଗରେ ପବନ ବହିପାରେ । ସେହପିରି ଆସନ୍ତାକାଲି ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ୧୩ ଜିଲ୍ଲାକୁ ଜାରି ହୋଇଛି ୟେଲୋ ସତର୍କତା । ଗତ ୨୪ ଘଣ୍ଟାରେ ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୨୮ ମିଲିମିଟର, ଭବାନୀପାଟଣାରେ ୨୦ ମିଲିମିଟର, ଦାରିଙ୍ଗିବାଡ଼ିରେ ୧୨ ମିଲିମିୟର ବର୍ଷା ରେକର୍ଡ ହୋଇଛି । ଅନ୍ୟପଟେ ଆସନ୍ତା ୩୦ ତାରିଖରେ ଆଉ ଏକ ପଶ୍ଚିମା ଝଡ଼ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ପୁଣି ଥରେ ରାଜ୍ୟରେ ବର୍ଷା ହୋଇପାରେ । ଗୋଟିଏ ନଯାଉଣୁ ଆଉ ଗୋଟିଏ ପଶ୍ଚିମା ଝଡ଼ ସୃଷ୍ଟି ହେଉଛି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!