୨୦ଲକ୍ଷ ଟନ୍ ଗହମ ଆମଦାନୀ କରିବେ କେନ୍ଦ୍ର ସରକାର
କାଞ୍ଚନଟିଭି ବ୍ୟୁରୋ : ଦେଶରେ ବଢୁଥିବା ଗହମର ଦାମକୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତା ବଢିଛି । ଏହାସହ ଅଟାଦାମ ବୃଦ୍ଧିକୁ ନେଇ ଖାଉଟି ବି ବାରମ୍ବାର ସରକାରଙ୍କୁ ଘେରିବାରେ ଲାଗିଛନ୍ତି । ଏହା ଉପରେ କେନ୍ଦ୍ର ସରକାର ଏବେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏନେଇ ସରକାର ୨୦ଲକ୍ଷ ଟନ୍ ଗହମ ଆମଦାନୀ କରିବାକୁ ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ବଜାରେ ଏବେ ଅଟାର ଦାମ ଅଳ୍ପ କିଛି କମିଛି । ହେଲେ ସରକାର ସାଧାରଣ ଜନତାଙ୍କୁ ଦରବୃଦ୍ଧିରୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ବେଳେ ଏହାର ପ୍ରଭାବ ବଜାର ଉପରେ ବିଶେଷ ଭାବେ ପଡୁ ନଥିବା ଦେଖା ଯାଉଛି ।
ଦେଶରେ ଅଟା ଓ ଗହମର ଦାମକୁ ନେଇ କେନ୍ଦ୍ର ସରକାର ସବୁବେଳେ ନଜର ରଖିଛନ୍ତି । ଏପର୍ଯ୍ୟନ୍ତ ସରକାର ୧୩ଲକ୍ଷ ଟନ୍ ଗହମ ବଜାରରେ ବିକ୍ରି ପାଇଁ ଦେଇସାରିଛନ୍ତି । ଏହାସହ ଆଜି ପୁଣି ୧୧ଲକ୍ଷ ଟନ୍ ଗହମ ନିଲାମ କରାଯିବ । ଏନେଇ ଏଫସିଆଇ ତରଫରୁ ସମସ୍ତ ବନ୍ଦୋବସ୍ତ ଶେଷ ହୋଇଛି । ଗହମ କିଣିବା ପାଇଁ ସମସ୍ତ ଛୋଟବଡ ବ୍ୟବସାୟୀଙ୍କୁ ନିମନ୍ତ୍ରଣ କରାଯାଇଛି ।
CATEGORIES ବ୍ୟବସାୟ
TAGS # କେନ୍ଦ୍ର ସରକାର