୨୨ ତମ ଜଟଣୀ ପୁସ୍ତକ ମେଳା ଉଦଘାଟିତ
ଜଟଣୀ:(କାଞ୍ଚନଟିଭି/ଆଶୁତୋଷ ରାୟ) ଜଟଣୀ ପୁସ୍ତକ ମେଳା ସମିତି ପକ୍ଷରୁ ଟାଉନ୍ ହଲ୍ଠାରେ ଚାଲିଥିବା ୨୨ତମ ପୁସ୍ତକ ମେଳାର ଦ୍ୱିତୀୟ
ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ପାଇଁ ମୁଖ୍ୟ ଆକର୍ଷଣ ଥିଲା। ପ୍ରଥମେ ଜଟଣୀର ଜ୍ୟୋତି ମୂର୍ଚ୍ଛନା ଅନୁଷ୍ଠାନର କୁନି କଳାକାରମାନେ ନାଚ,ଗୀତ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ।
ଉକ୍ତ ପୁସ୍ତକ ମେଳାକୁ ମନେ ପକାଇ ପୁସ୍ତକ ମେଳାର କାର୍ଯ୍ୟକାରୀ ସଭାପତି କୁମୋର ମୋହନ ମହାନ୍ତି ଓ ସମ୍ପାଦକ ଅକ୍ଷୟ କୁମାର ମହାନ୍ତି ଡ଼ ପ୍ରଫୁଲ୍ଲ କୁମାର ପାଇକରାୟ ଅବଦାନକୁ ପୁସ୍ତକ ମେଳାଆରମ୍ଭ କିପରି କରିଥିଲେ ।ଏବଂ ଦୀର୍ଘ ବର୍ଷଧରି ସୁଚାରୁରୂପେ ସୁପରିଚାଳନା କରି ଆସି ଏହି ପୁସ୍ତକ ମେଳାର ଆୟୁଷଟିକୁ କିପରି ବଢାଇଥିଲେ ଏବଂ ତାଙ୍କରି ଓଡ଼ିଆ ଭାଷା, ଓଡ଼ିଆ ଚାଲିଚଳନ ଓ ଓଡ଼ିଆ ସଂସ୍କୃତିକୁ କିପରୀ ମୂଲ୍ୟ ଦେଉଥିଲେ ତାଙ୍କରି ଓଡ଼ିଆର ଲେକ୍ଚର, ରିଡର୍, ପ୍ରଫେସର ତଥା ପ୍ରିନ୍ସିପାଲ୍ କାର୍ଯ୍ୟକାଳ ସମୟରେ ଏହାକୁ ଭୂରୀ ଭୁରୀ ପ୍ରଶଂସା ଏହାକୁ ଲୋକେ ଦର୍ଶକ ବନ୍ଧୁ କିପରି ପ୍ରଫୁଲ୍ଲ ପାଇକରାୟ ପୁସ୍ତକମେଳା ଏହା ସୁଚାଉଥିଲେ ଏହା ବଖାଣୁଥିଲେ । ଏହି ସାରସ୍ବତ ମହୋତ୍ସବରେ ମୁଖ୍ୟ ଅତିଥି ସୁଧାକର ପଣ୍ଡା ନିର୍ଦ୍ଦେଶକ ଜାତୀୟ କିଶାନ ଶିକ୍ଷା ଗବେଷଣା ପ୍ରତିଷ୍ଠାନ , ଭୁବନେଶ୍ୱରରେ ଯୋଗଦେଇ ବହୁ ଉଚ୍ଚକୋଟିର ଭାଷଣ ଦେଇଥିଲେ।
ଓଡିଆ ଭାଷାକୁ ବଜାୟ ରଖିବାପାଇଁ ଉତ୍ସାହ ଓ ପ୍ରେରଣା ଦେଇଥିଲେ। ମୁଖ୍ୟବକ୍ତା ମୁକ୍ତିକାନ୍ତ ମିଶ୍ର ସଭାପତି ସେଞ୍ଚୁରିଆନ ବିଶ୍ଵ ବିଦ୍ୟାଳୟ , ଭୁବନେଶ୍ୱର ଯୋଗ ଦେଇ ନ ପାରି ତାଙ୍କରି ଅନୁଷ୍ଠାନର ଡ଼ ସଂଗ୍ରାମ କେଶରୀ ସ୍ୱାଇଁଙ୍କୁ ସଭାରେ ଯୋଗ ଦେବାକୁ ଆଶିଷ ପ୍ରଦାନ କରିଥିଲେ । ଏବଂ ସେ ବାଲିଘର ପୁସ୍ତକମେଳା କଥା କହି ତାଙ୍କ ବାପାଙ୍କର ସାହତ୍ୟାନାରୁଗୀ କିପରି ଥିଲେ। ଏବଂ ତାଙ୍କର ଆଦର୍ଶରେ କିପରି ଉଚ୍ଚଶିକ୍ଷିତ ହୋଇ ସମ୍ମାନସ୍ପଦ ଅନୁଷ୍ଠାନରେ କାର୍ଯ୍ୟରତ ତାହା ସୁଚାଇଥିଲେ। ଏବଂ ସମ୍ମାନୀୟ ଅତିଥି ଭାବେ ଡିଆଇଏନ ହିନ୍ଦୁ ବନାରସ ୟୁନିଭର୍ସିଷ୍ଟୀର ରମେଶ ପଣ୍ଡା । ପ୍ରାକ୍ତନ ଡିନ୍ ବନାରସ ହିନ୍ଦୁ ବିଶ୍ଵ ବିଦ୍ୟାଳୟର କାର୍ଯ୍ୟରତ ଥିଲେ ସେ ଉତ୍ତମ ଭାବେ ଓଡିଆ ସାହିତ୍ୟରେ ରୁଚି ରଖିବା ଏବଂ ସାମ୍ ଦାମ୍ ଦଣ୍ଡ ଭେଦ୍ ଏହି ଚାରୀ ପ୍ରକାର ତଥ୍ଯ ଉପରେ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ। ଏବଂ ସଭା ଶେଷରେ ସୁଶ୍ରୀ ମାଡ଼ମ ଧନ୍ୟବାଦ୍ ଅର୍ପଣ କରି ସମସ୍ତ ଅତିଥି ବୃନ୍ଦଙ୍କୁ ପ୍ରଦାନ କରି ଉତ୍ସାହିତ କରାଇଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଡ଼.ଡ.ଏଚ.ଏସ ଡ଼ ବିଜୟା କୁମାର ପାତ୍ର, ପ୍ରଭାତ ମିଶ୍ର, ସଂଯୋଜକ ସ୍ନିଗ୍ଧାରାଣୀ ସ୍ୱାଇଁ (ମାମି), ଜଟଣୀ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ, ବିଜୁ ଜନତା ଦଳର ଆଇନ ପରାମର୍ଶଦାତା ତଥା ସାମ୍ୱାଦିକ ଆଶୁତୋଷ ରାୟ, ଶୁଶାନ୍ତ କୁମାର ରାଉତ ପ୍ରମୁଖ ପୁସ୍ତକ ମେଳାକୁ ବଞ୍ଚାଇ ରଖିବାକୁ ପ୍ରେରଣା ପ୍ରଦାନ କରିବା ସହିତ ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଏହି ବୈଠକରେ କାର୍ଯ୍ୟକାରୀ ସଭାପତି କୁମର ମୋହନ ମହାନ୍ତି, ସମ୍ପାଦକ ଅକ୍ଷୟ କୁମାର ମହାନ୍ତି, ସଦସ୍ୟ ତଥା ଶିକ୍ଷାବିତ୍ ଜବାହାରଲାଲ୍ ସୁବୁଦ୍ଧି, କ୍ଷିରୋଦ୍ ନନ୍ଦ, ଡଃ ଶଶି ରଥ, ଅର୍ନ୍ତଯ୍ୟାମୀ ପ୍ରଧାନ, କିଶୋର ଚନ୍ଦ୍ର ପାଇକରାୟ, ଭବାନୀ ମହାନ୍ତି ଓ ସୁଶାନ୍ତ ରାଉତ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ତାକୁ ଉଦଜୀବିତ ରଖିବାକୁ ଯୁବ ସମାଜ ଆଗେଇ ଆସିବା ଆବଶ୍ୟକ ବୋଲି କହିଥିଲେ।ମୁଖ୍ୟବକ୍ତା ଭାବେ ପ୍ରଫେସର ସଂଗ୍ରାମ କେଶରୀ ସ୍ୱାଇଁ ଯୋଗଦେଇ ସର୍ବଧର୍ମୀର ଏକତ୍ର ଭାବ ଦ୍ବାରା ଦେଶ ଆଗକୁ ଆଗେଇ ପାରିବ ବୋଲି କହିଥିଲେ। ସମ୍ମାନିତ ଅତିଥିଭାବେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ପ୍ରାକ୍ତନ ଡିନ୍ ରମେଶ ଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ଵାରା ୪ଟି ବହି ଉନ୍ମୋଚିତ କରାଯାଇଥିଲା।
ଡ. ଶଶି ରଥଙ୍କ ପୁସ୍ତକ ‘ଭୁବନେଶ୍ବରୀ’ , ପଦ୍ମନାଭ ପାଣିଗ୍ରାହୀଙ୍କ ପୁସ୍ତକ ‘ ଜୀବନ ଦର୍ଶନ ‘, ପ୍ରଫୁଲ୍ଲ କୁମାର ମହାରଣାଙ୍କ ପୁସ୍ତକ ‘ ବାଲିଘର ‘ ଓ ସମ୍ପର୍ନା ପଟ୍ଟନାୟକଙ୍କ ଇଂରାଜୀ ପୁସ୍ତକ ‘ଦ ଫିଲିଙ୍ଗସ୍ ଆଇ ହାବ ଲଭଡ୍ ଆଣ୍ଡ ହର୍ଟ ‘ ପୁସ୍ତକ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ସଂପାଦକ ଅକ୍ଷୟ କୁମାର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମକୁ ଆବାହକ ଜବାହରଲାଲ ସୁବୁଦ୍ଧି, ଆଦିନାରାୟଣ ଖଣ୍ଡୁଆଳ, କିଶୋର ଚନ୍ଦ୍ର ପାଇକରାୟ, ଭବାନୀ ଶଙ୍କର ମହାପାତ୍ର, ସୁଶାନ୍ତ କୁମାର ରାଉତ, କୋଷାଧକ୍ଷ କ୍ଷୀରୋଦ କୁମାର ନନ୍ଦ ସଂଯୋଜନା କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ଶ୍ୱସ୍ତିଦା ପାଲ ଧନ୍ୟବାଦ ଦେଇଥିଲେ।