୨୪ ଘଣ୍ଟା ମଧ୍ୟରେ ୨୬ ଜିଲ୍ଲାରେ ଝଡ଼ବର୍ଷା ସହ ୧୦ ଜିଲ୍ଲାରେ ପ୍ରବଳ ବର୍ଷା
ଭୁବନେଶ୍ୱର: (କାଞ୍ଚନଟିଭି/ରୂପାଲୀ ନାୟକ) ଆଗାମୀ ୨ଦିନ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି। ୭ତାରିଖରେ ଯାଏ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଉତ୍ତର-ପୂର୍ବ ବଙ୍ଗୋପସାରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଆଭ୍ୟନ୍ତରୀଣ ଓଡ଼ିଶା ଉପର ବାୟୁମଣ୍ଡଳର ୪.୫ କିଲୋମିଟରରୁ ୫.୮ କିଲୋମିଟର ମଧ୍ୟରେ ସକ୍ରିୟ ରହିଛି । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହେବ । ପ୍ରଭାବରେ ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ବିସ୍ତୃତି ବର୍ଷା ହେବ। ଆଜି ଉପକୂଳ ଓଡ଼ିଶା ସମେତ ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ପ୍ରବଳ ବର୍ଷା ପାଇଁ ୧୪ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ୭ ତାରିଖ ଯାଏଁ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ୩ ଏବଂ ୪ ତାରିଖରେ କିଛି ଜିଲ୍ଲାରେ ବିଜୁଳି ଘଡଘଡି ଜନିତ ବର୍ଷା ସମ୍ଭାବନା ରହିଛି।