୨ ଲୁଟେରାଙ୍କୁ ପୋଲିସ୍ ଜିମା ଦେଲେ ଲୋକେ

୨ ଲୁଟେରାଙ୍କୁ ପୋଲିସ୍ ଜିମା ଦେଲେ ଲୋକେ

ଜଟଣୀ:(କାଞ୍ଚନଟିଭି/ଆଶୁତୋଷ ରାୟ) ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ୧୪ନଂ ୱାର୍ଡ ନିକଟ ଆକାଉଣ୍ଟସ କଲୋନୀରେ ଲୁଟେରାମାନେ ବନ୍ଧୁକ,ମାରଣାସ୍ତ୍ର ଦେଖାଇ ଲୁଟ ଉଦ୍ୟମ କରିବା ବିଫଳ ହୋଇଛି। ତେବେ ଦୁଇଜଣ ଲୁଟରାଙ୍କୁ କାବୁ କରି ସ୍ଥାନୀୟ ଲୋକେ ପୋଲିସ୍ ଜିମା ଦେଇଛନ୍ତି। ସୂଚନା ଅନୁସାରେ ଆକାଉଣ୍ଟସ କଲୋନୀସ୍ଥିତ ରେଲୱେ କର୍ମଚାରୀ ତ୍ରିନାଥ ଶବରଙ୍କ କ୍ୱାଟରକୁ ୫ଜଣ ଲୁଟେରା ମଙ୍ଗଳବାର ମଧ୍ୟାହ୍ନରେ ଲୁଟ୍ ଉର୍ଦ୍ଦେଶ୍ୟରେ ପଶିଥିଲେ। ଏହାପରେ ଲୁଟରାମାନେ ତ୍ରିନାଥ ବଡ ପୁଅ ବାଲୁଙ୍କେଶ୍ୱରଙ୍କ ବେକରେ ଛୁରୀ ଲଗାଇବା ସହ ବନ୍ଧୁକ ଦେଖାଇ ଆଲମୀରା ଚାବୀ ଓ ଘରେ ରଖିଥିବା ସୁନା ଗହଣା ଟଙ୍କା ଆଣିବା ପାଇଁ ଧମକ ଦେଇଥିଲେ। ହଠାତ ଘର ଭିତରକୁ ତ୍ରିନାଥ ଆସି କୌଶଳ କ୍ରମେ ପଡିଶା ଲୋକଙ୍କୁ ଜଣାଇବା ସହ ପିସିଆରକୁ ଫୋନ କରିଥିଲେ। ଏହା ପରେ ସ୍ଥାନୀୟ ଲୋକଙ୍କ ପାଟି ଶୁଣି କେତେଜଣ ଲୁଟେରା ପଳାଇଥିବା ବେଳେ ୨ଜଣଙ୍କୁ କାବୁ କରି ପୋଲିସ ଜମାଦେଇଥିଲେ। ଘଟଣା ସ୍ଥଳରୁ ତ୍ରିନାଥ ବ୍ୟବହାର କରୁଥିବା ଏକ ମୋବାଇଲ ଫୋନ୍ ଲୁଟେରା ମାନେ ନେଇଯାଇଥିଲେ ବେଳେ ବାଲୁଙ୍କେଶ୍ୱରଙ୍କ ହାତରେ ଗଭୀର କ୍ଷତ ହୋଇଥିଲା ଏନେଇ ତ୍ରିନାଥଙ୍କ ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଚଳାଇଛି।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!