୩ ଦଫା ଦାବିରେ ଜଳେଶ୍ୱର ବ୍ଲକ ପ୍ରାଥମିକ ଶିକ୍ଷକଙ୍କ ଧାରଣା

୩ ଦଫା ଦାବିରେ ଜଳେଶ୍ୱର ବ୍ଲକ ପ୍ରାଥମିକ ଶିକ୍ଷକଙ୍କ ଧାରଣା

ଜଳେଶ୍ଵର:(କାଞ୍ଚନ ଟିଭି) ନିଖେଳ ଉକଠିଳ ପ୍ରାଥମିକ ଶିକ୍ଷକ ଫେଡେରେସନ (ଏୟୁପିଟିଏଫ)ର ଆହ୍ୱାନ କ୍ରମେ ସମସ୍ତ ବର୍ଗର ଶିକ୍ଷକ ଓ ଶିକ୍ଷୟତ୍ରୀ ସେମାନଙ୍କ ୩ ଦକ୍ଷା ଦାବି ନେଇ ୫-୮-୨୩ରେ ଜିଲା ଶିକ୍ଷାଧୂକାରୀ ଓ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଗୁରୁଦିବସ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ସମସ୍ତଙ୍କୁ ଗଭିର ଆଘାତ ଦେଇଛି । ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ କାର୍ଯ୍ୟକଳାପକୁ ମୂଳଚାକିରୀରେ ଗଣନା, ଶିକ୍ଷକଙ୍କୁ କେଡାରଭୁକ୍ତ କରିବା, କନିଷ୍ଠ ଶିକ୍ଷକଙ୍କ ଠିକା ଉଚ୍ଛେଦ କରି ରେଗୁଲାର କରିବା, କଳା ଶିକ୍ଷକ ଓ କ୍ରିଡା ଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ଦେବା ସଂପର୍କରେ ସେମାନେ ଦାବି ରଖୁଛନ୍ତି । ସବୁ ବର୍ଗର ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହରରେ ଦରମା ଦେବା, ଗ୍ରେଡ ପେ ୪୨୦୦ ଟଙ୍କା ପ୍ରଦାନ କରିବା, ନୂତନ ପେନ୍ସନ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନସନ ଲାଗୁ କରିବା ଦାବି ନେଇ ଗଣଶିକ୍ଷାମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା କରାଯାଇଥିଲା । ପୂର୍ବ ସିଦ୍ଧାନ୍ତ ଅନୁଯାୟର ପ୍ରତ୍ୟେକ ଗୋଷ୍ଠି ଶିକ୍ଷାଧୂକାରୀଙ୍କ କାର୍ଯ୍ୟଳୟରେ ଆନ୍ଦୋଳନର ଡାକରାରେ ରାଜ୍ୟ ସାଧାରଣ ସଂପାଦକ ଖଗେନ୍ଦ୍ର ନାଥ ପାଳ, ବ୍ଲକ ସଭାପତି ପ୍ରଦୀପ ଜେନା, ସଂପାଦକ ଶ୍ୟାମସୁନ୍ଦର ଦେ, କାର୍ଯ୍ୟକାରୀ ସଭାପତି ଦିଲ୍ଲିପ ସେଠୀ, ସୁବ୍ରତ ସେନାପତି, ଉତ୍ତମ ଦାସ, ସନ୍ଦିଗ୍ଧ ସେଠୀ, ଗଜେନ୍ଦ୍ର ଦଳେଇ, ବରଦାପ୍ରସନ୍ନ ଘଡେଇ, ସରୋଜ ପ୍ରଧାନ, ଚିତ୍ତରଂଜନ ଘୋଷ, ରବିନ୍ଦ୍ର ପରିଡା, ସୁଶାନ୍ତ ଦାସ, ଲକ୍ଷ୍ମୀନାରାୟଣ ଦାସ, ସୌଭାଗ୍ୟ କର, ବୁଦ୍ଧଦେବ ଜେନା, ସରୋଜ ଜେନା, ବରେନ୍ଦ୍ର ମହାନ୍ତି, ଆସିଶ ସାହୁ ,ସୌମ୍ୟରଂଜନ ପାତ୍ର ପ୍ରମୁଖ ଆନ୍ଦୋଳନରେ ଭାଗ ନେଇଥିଲେ ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus (0 )
error: Content is protected !!