୫ଜି ସ୍ପିଡ୍ ର ସେବା ଯୋଗାଇବା ପାଇଁ ପ୍ରସ୍ତୁତ ଏୟାରଟେଲ :

୫ଜି ସ୍ପିଡ୍ ର ସେବା ଯୋଗାଇବା ପାଇଁ ପ୍ରସ୍ତୁତ ଏୟାରଟେଲ :


ନୂଆଦିଲ୍ଲୀ :ନିକଟରେ ଦେଶରେ ଏୟାରଟେଲ ୫ଜି ପ୍ଲସ ସେବା ଆରମ୍ଭ ହୋଇଥିବା ବେଳେ ୫ଜି ସ୍ପିଡ୍ ର ସେବା ଯୋଗାଇବା ପାଇଁ ପ୍ରସ୍ତୁତ ଏୟାରଟେଲ । ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ସିଲିଗୁଡି, ନାଗପୁର ଏବଂ ବାରଣାସୀ ର ଉପଭୋକ୍ତା ଏୟାରଟେଲ ୫ଜି ପ୍ଲସର ଲାଭ ଉଠାଇପାରିବେ ।

ଏୟାରଟେଲ ୫ଜି ପ୍ଲସ ଆସିବା ଦ୍ୱାରା ଗ୍ରାହକଙ୍କ ଉତ୍ସାହ ଆହୁରି ବଢି ଯାଇଛି । ଏହାସହିତ ୫ଜି ନେଟୱର୍କରେ ପାଖାପାଖି ୩୦ ଗୁଣା ଅଧିକ ସ୍ପିଡରେ ଇଂଟରନେଟ ସେବାର ଲାଭ ଉଠାଇ ପାରିବେ । ଏହାବ୍ୟତିତ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି କି,ଏୟାରଟେଲ ୫ଜି ପ୍ଲସର ଲାଭ ଉଠାଇବା ପାଇଁ ଆପଣଙ୍କୁ ଆପଣଙ୍କ ସିମ୍ ବଦଳାଇବାକୁ ପଡିବ ନାହିଁ । ଆପଣ ଯେକୌଣସି ୫ଜି ଡିଭାଇସରେ ଆପଣଙ୍କର ଏୟାରଟେଲ ୪ଜି ସିମ୍ ରେ ୫ଜି ସେବା ପାଇ ପାରିବେ । ୫ଜି ଆସିବା ଦ୍ୱାରା ଟେକ୍ନୋଲଜି କ୍ଷେତ୍ରରେ ଏକ ପ୍ରକାରର କ୍ରାନ୍ତି ଦେଖିବାକୁ ମିଳିବ । ଏଣିକି ଲୋକେ ୫ଜି ଇଂଟରନେଟ ସ୍ପିଡରେ ସମୟ ବଞ୍ଚାଇବା ସହ ସମସ୍ତ କାମ ସହଜରେ କରି ପାରିବେ । ଯେପରିକି ନିଜ ଅଫିସ କାମଠୁ ନେଇ ଅନଲାଇନ୍ ଲାଇଭ ଷ୍ଟ୍ରିମିଙ୍ଗ, ଗେମିଙ୍ଗ, ହାଇ ସ୍ପିଡ ଡାଉନଲୋଡିଂ ଆଦି କରିପାରିବେ ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus (0 )
error: Content is protected !!