୯ ଘଣ୍ଟା
ନୂଆଦିଲ୍ଲୀ:(କାଞ୍ଚନଟିଭି ବ୍ୟୁରୋ) ଦିଲ୍ଲୀ ଅବକାରୀ ନୀତି ମାମଲାରେ ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍)ର ଏମ୍ଏନ୍ସି ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍ଙ୍କ କନ୍ୟା କେ କବିତାଙ୍କୁ ଶନିବାର ଇଡି ମୁଖ୍ୟାଳୟରେ ୯ ଘଣ୍ଟା ଜେରା କରାଯାଇଛି । କବିତା ଇଡି କାର୍ଯ୍ୟାଳୟକୁ ଯିବା ପୂର୍ବରୁ ଦଳର ଅନେକ କର୍ମକର୍ତ୍ତା ଓ ସମର୍ଥକ ତାଙ୍କ ଘର ବାହାରେ ରୁଣ୍ଡ ହୋଇଥିଲେ ।
ଇଡି ଠାରୁ ସମନ୍ ପାଇବା ପରେ କବିତା ବୁଧବାର ଦିଲ୍ଲୀରେ ପହଞ୍ଚôଥିଲେ । ଶନିବାର ସେ ଏପିଜେ ଅବ୍ଦୁଲ କଲାମସ୍ଥିତ ଇଡି ମୁଖ୍ୟାଳୟରୁ ରାତି ୮ଟା ବେଳେ ଫେରିଥିଲେ । ଇଡି ପକ୍ଷରୁ ତାଙ୍କୁ ଅବକାରୀ ନୀତି ସମ୍ବନ୍ଧୀୟ ଧନଶୋଧନ ମାମଲାରେ ଜେରା କରାଯାଇଛି । ସେ ପୁଣି ୧୬ ତାରିଖ ଦିନ ହାଜର ହେବେ ।
CATEGORIES ଦେଶ ବିଦେଶ