ଏ ଆଇ.ୟୁ.ଟି.ୟୁ.ସି ର ପୂର୍ବତନ ସର୍ବଭାରତୀୟ ସଭାପତି, ସର୍ବହରାର ମହାନ ନେତା,ଏ ଯୁଗର ଅଗ୍ରଣୀ ମାର୍କ୍ସବାଦୀ ଚିନ୍ତାନାୟକ କମ୍ରେଡ଼ ଶିବଦାସ ଘୋଷ ଙ୍କ ଜନ୍ମ ଶତବର୍ଷ ପାଳନ ଅବସରରେ ଶ୍ରମିକ ସମାବେଶ

ଏ ଆଇ.ୟୁ.ଟି.ୟୁ.ସି ର ପୂର୍ବତନ ସର୍ବଭାରତୀୟ ସଭାପତି, ସର୍ବହରାର ମହାନ ନେତା,ଏ ଯୁଗର ଅଗ୍ରଣୀ ମାର୍କ୍ସବାଦୀ ଚିନ୍ତାନାୟକ କମ୍ରେଡ଼ ଶିବଦାସ ଘୋଷ ଙ୍କ ଜନ୍ମ ଶତବର୍ଷ ପାଳନ ଅବସରରେ ଶ୍ରମିକ ସମାବେଶ

ଯାଜପୁର:(କାଞ୍ଚନଟିଭି)– ଏ ଆଇ.ୟୁ.ଟି.ୟୁ.ସି ର ପୂର୍ବତନ ସର୍ବଭାରତୀୟ ସଭାପତି, ସର୍ବହରାର ମହାନ ନେତା,ଏ ଯୁଗର ଅଗ୍ରଣୀ ମାର୍କ୍ସବାଦୀ ଚିନ୍ତାନାୟକ କମ୍ରେଡ଼ ଶିବଦାସ ଘୋଷ ଙ୍କ ଜନ୍ମ ଶତବର୍ଷ ପାଳନ ଅବସରରେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକର ସାରୁଆବିଲ ମାଇନ୍ସ ଠାରେ ସୁକିନ୍ଦା ଉପତ୍ୟାକା ମାଇନ୍ସ ୱାର୍କର୍ସ ୟୁନିୟନ ପକ୍ଷରୁ ୟୁନିୟନ ଅଫିସ ପ୍ରାଙ୍ଗଣରେ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇ ଯାଇଛି |ଶ୍ରମିକ ନେତା ଶଙ୍କର ସିଦ୍ଧୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏ.ଆଇ.ୟୁ.ଟି.ୟୁ.ସି ଓଡିଶା ରାଜ୍ୟ କମିଟି ସମ୍ପାଦକ କମ୍ରେଡ଼ ଜୟସେନ ମେହେର ଓ ଯାଜପୁର ଜିଲ୍ଲା ସମ୍ପାଦକ କମ୍ରେଡ଼ ସୁରେଶ ପ୍ରଧାନ ଯୋଗଦେଇ ପ୍ରୟାତ ନେତା କମ୍ରେଡ଼ ଶିବଦାଶ ଘୋଷଙ୍କ ଜୀବନ ସଂଗ୍ରାମ ଉପରେ ଆଲୋଚନା କରିଥିଲେ |

ଭାରତବର୍ଷର ସର୍ବହରା ଶ୍ରେଣୀର ବାସ୍ତବ ମୁକ୍ତି ସକାଶେ କଠୋର କଠିନ ଓ ନିରବଛିନ୍ନ ସଂଗ୍ରାମ ପରିଚାଳନା କରିଵା ମଧ୍ୟ ଦେଇ ଏ.ଆଇ.ୟୁ.ଟି.ୟୁ.ସି କୁ ଗଢି ତୋଳିଥିଲେ |ଆଜି ସାରା ଦେଶରେ କି ସଂଗଠିତ କି ଅସଂଗଠିତ ଶ୍ରମିକ ମାନେ ସେମାନଙ୍କ ନ୍ୟାର୍ଯ୍ୟ ଦାବୀ ହାସଲ ପାଇଁ ଏ.ଆଇ.ୟୁ.ଟି.ୟୁ.ସି ନେତୃତ୍ୱରେ ଆନ୍ଦୋଳନ ଜାରି ରଖିଛନ୍ତି | ସେହି ମହାନ ଚିନ୍ତା ନାୟକ ଙ୍କ ଆଦର୍ଶକୁ ପାଥେୟ କରି ସୁକିନ୍ଦା ଉପତ୍ୟକା ମାଇନ୍ସ ୱାର୍କର୍ସ ୟୁନିୟନ ବହୁ ରକ୍ତକ୍ଷୟୀ ତଥା ଐତିହାସିକ ଶ୍ରମିକ ଆନ୍ଦୋଳନ ପରିଚାଳନା କରି ବିଜୟ ହାସଲ କରି ଆସିଛି | ଆଗାମୀ ଦିନରେ ଶ୍ରମିକ ମାନଙ୍କ ନ୍ୟାୟ ସଂଗତ ଆନ୍ଦୋଳନକୁ ସଫଳ କରିବା ପାଇଁ ସଂକଳ୍ପ ବଦ୍ଧ ହେଵା ସକାଶେ ନେତା ମାନେ ଶ୍ରମିକ ମାନଙ୍କୁ ଆହ୍ୱାନ ଦେଇଥିଲେ |ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ନେତା ରାଜ କିଶୋର ମହାନ୍ତ, ରମାକାନ୍ତ ମହାନ୍ତ, ଶଙ୍କର ମାରାଣ୍ଡି, ରାମଚନ୍ଦ୍ର ମୁର୍ମୁ ଓ ବ୍ରଜବନ୍ଧୁ ରାଉତ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ |

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus (0 )
error: Content is protected !!