ଆଧାରରେ କେତେ ଥର ବଦଳାଇ ପାରିବେ ନାମ ଓ ଠିକଣା
ଆଧାର କାର୍ଡ ବିନା ଆଜିର ଦିନରେ କୌଣସି ବି ଆର୍ଥିକ କାର୍ଯ୍ୟ କରିବା ଅସମ୍ଭବ । ଏହା ଏବେ ଆମ ପରିଚୟର ସବୁଠୁ ବଡ଼ ଡକ୍ୟୁମେଣ୍ଟ ହୋଇଛି । ତେଣୁ ଆଧାର କାର୍ଡରେ ଥିବା ଆପଣଙ୍କ ସବୁ ପରିଚୟ ଠିକ ରହିବା ଦରକାର ।
ଯଦି ଆପଣ ଆଧାରରେ କିଛି ପରିବର୍ତ୍ତନ ଚାହୁଁଛନ୍ତି,ତେବେ ଏହାକୁ ଅତି ସହଜରେ କରାଯାଇ ପାରିବ । ଆପଣ ଆଧାରରେ ନାମ ଓ ଠିକଣା(Address Update in Aadhaar) ଅପଡେଟ କରିପାରିବେ । ତେବେ ଏଥିପାଇଁ ମଧ୍ୟ କିଛି ସମୟସୀମା (ଲିମିଟ୍) ସ୍ଥିର କରାଯାଇଛି ।
ଦେଶର କୌଣସି ବି ନାଗରିକଙ୍କୁ ତାଙ୍କ ପୁରା ଜୀବନ ମଧ୍ୟରେ କେବଳ ଗୋଟିଏ ଥର ହିଁ ଆଧାର ନମ୍ବର ଦିଆଯାଇଥାଏ । ଏହାକୁ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ଜାରି କରିଥାଏ । ଆଧାରକାର୍ଡରେ ୧୨ ଅଂକ ବିଶିଷ୍ଠ ଏକ ସଂଖ୍ୟା ଥାଏ ଯେଉଁଥିରେ ନାଗରିକର ସମସ୍ତ ତଥ୍ୟ ରହିଥାଏ । ଆଧାର ତିଆରି ବେଳେ ଯଦି କିଛି ତଥ୍ୟ ଭୁଲ ହୋଇଯାଏ,ଏହାକୁ ପରେ ସଂଶୋଧନ କରାଯାଇପାରେ ।
କେତେଥର ବଦଳାଇ ପାରିବେ ନାମ
UIDAI ର କୌଣସି ଆଧାରକାର୍ଡ ଧାରୀଙ୍କ ଠିକଣା ବଦଳାଇବା ପାଇଁ ଏକ ସମୟସୀମା ସ୍ଥିର କରାଯାଇଛି । ଆଧାରକାର୍ଡ ଧାରୀ ଜୀବନକାଳ ମଧ୍ୟରେ କେବଳ ଦୁଇଥର ନିଜର ନାମ ବଦଳାଇ ପାରିବେ । ଏହାସହ ଆଧାର କାର୍ଡରେ କେବଳ ଥରେ ନିଜର ଜନ୍ମ ତାରିଖ ବଦଳାଇ ପାରିବେ । ଆଧାର ଡାଟାରେ ଆପଣ ବାରମ୍ବାର ଆପଣଙ୍କ ନାମ ବଦଳାଇ ପାରିବେ ନାହିଁ ।