ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ତୁରନ୍ତ ତଦନ୍ତ ରିପୋର୍ଟ ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦେଲେ ଉଚ୍ଚଶିକ୍ଷା ବିଭାଗ

ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ତୁରନ୍ତ ତଦନ୍ତ ରିପୋର୍ଟ ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦେଲେ ଉଚ୍ଚଶିକ୍ଷା ବିଭାଗ


ଭୁବନେଶ୍ବର :(କାଞ୍ଚନଟିଭି)
ଗତ ଜୁନ୍ ମାସରେ ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ତୁରନ୍ତ ତଦନ୍ତ ରିପୋର୍ଟ ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦେଲେ ଉଚ୍ଚଶିକ୍ଷା ବିଭାଗ ମୁଖ୍ୟ ସଚିବ ବିଷ୍ଣୁପଦ ସେଠୀ ।

ଏବେ ଯାଏଁ ଘଟଣାରେ ତଦନ୍ତ ସ୍ଥିତି ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ କଲେଜର ବରିଷ୍ଠ ସହପାଠୀମାନେ ରାଗିଂ କରୁଥିବା ଅଭିଯୋଗ ମଧ୍ୟ ଆସିଥିଲା ।

ଯାହାକୁ ନେଇ ପ୍ରବଳ ଉତ୍ତେଜା ଦେଖାଦେଇଥିଲା । ଏପିରିକି ରୁଚିକାଙ୍କୁ ନ୍ୟାୟ ଦାବିରେ ତାଙ୍କ ମା ମଧ୍ୟ ଧାରଣାରେ ବସିଥିଲେ ।

କିନ୍ତୁ ଏବେ ଯାଏଁ ଆତ୍ମହତ୍ୟା ପ୍ରକୃତ ତଥ୍ୟ ପଦାକୁ ଆସିନାହିଁ । ହେଲେ ଏବେ ଘଟଣାର କିଛି ମାସ ପରେ ତତ୍ପର ହୋଇଉଠିଛି ଉଚ୍ଚଶିକ୍ଷା ବିଭାଗ ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus (0 )
error: Content is protected !!