ଦୀପାବଳୀ ବୋନସ ନେଇ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି
ଭୁବେନେଶ୍ଵର(କାଞ୍ଚନଟିଭି) : ରେଳ କର୍ମଚାରୀଙ୍କୁ ଦୀପାବଳି ବୋନସ ଦେଲେ କେନ୍ଦ୍ର ସରକାର। ବୋନସ ନେଇ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀରେ ଏହା ଜଣାଇଛନ୍ତି। ରେଳ କର୍ମଚାରୀଙ୍କୁ ୭୮ ଦିନର ଦୀପାବଳି ବୋନସ ମିଳିବ। ରେଳ କର୍ମଚାରୀଙ୍କୁ ସର୍ବାଧିକ ୧୭,୯୫୧ ଟଙ୍କା ପର୍ଯ୍ୟନ୍ତ ବୋନସ ମିଳିବ। ରେଲେଓ୍ଵର ୧୧.୨୭ ଲକ୍ଷ କର୍ମଚାରୀ ପାଇବେ ୧୮୩୨ କୋଟି ଟଙ୍କା ପାଇବେ
ରେଳବାଇ ଗତ ବର୍ଷ ମଧ୍ୟ କର୍ମଚାରୀଙ୍କୁ ୭୮ ଦିନର ବେତନ ବୋନସ ପ୍ରଦାନ କରିଥିଲେ। ଜଣେ ରେଳବାଇ କର୍ମଚାରୀଙ୍କର ୩୦ ଦିନକୁ ୭ହଜାର ଟଙ୍କା ବୋନସ ହେଉଛି। ଏଥିରେ ୭୮ ଦିନରେ କର୍ମଚାରୀ ପିଛା ୧୭, ୯୫୧ ଟଙ୍କା ବୋନସ ପଡୁଛି।
ସାମ୍ବାଦିକ ସମ୍ମିଳନୀରେ କ୍ୟାବିନେଟ ମନ୍ତ୍ରୀ ଅନୁରାଗ ଠାକୁର ଗୁଜୁରାଟର କାଣ୍ଡାଲରେ ଦୀନ ଦୟାଲ ପୋର୍ଟ ଅଥରିଟି ଅଧିନରେ ଏକ କଣ୍ଟେନର ଟର୍ମିନାଲ ଏବଂ ମଲ୍ଟି ପରପଜ୍ କାର୍ଗୋ ବର୍ଥ ନିର୍ମାଣ କରିବାର ନିଷ୍ପତ୍ତି ନିଆଯାଇଛି। ଏଥିରେ ପାଖାପାଖି ୬ କୋଟି ଟଙ୍କା ଖର୍ଚ୍ଚ ହେବ।
ପ୍ରତିବର୍ଷ ଭଳି ଏଥର ମଧ୍ୟ ରେଳବାଇ କର୍ମଚାରୀଙ୍କ ପାଇଁ ପ୍ରଡକ୍ଟଭିଟି ଲିଙ୍କଡ ବୋନସ ଘୋଷଣା କରାଯାଉଛି। ୧୧.୨୭ ଲକ୍ଷ କର୍ମଚାରୀଙ୍କୁ ୧୮୩୨ କୋଟି ଟଙ୍କା ବୋନସ ଦିଆଯିବ। ଟ୍ରାକ ମେଣ୍ଟନର୍ସ, ଡ୍ରାଇଭର୍ସ, ଗାର୍ଡ, ଷ୍ଟେସନ ମାଷ୍ଟର, ସୁପରଭାଇଜର ଟେକ୍ନିସିଆନ, ଟେକ୍ନିକାଲ ହେଲପର, କଣ୍ଟ୍ରୋଲର ଓ ଗ୍ରୁପ ସି’ର ସବୁ କର୍ମଚାରୀ ବୋନସ ପାଇବେ।” ତେବେ ବର୍ଷ ୨୦୨୧/୨୦୨୨ ବର୍ଷ ପାଇଁ ଏହି ବୋନସ ଅର୍ଥ RPF/RPSF କର୍ମଚାରୀଙ୍କୁ ମିଳିବ ନାହିଁ।
ଏହାଛଡା ଉତ୍ତର ପୂର୍ବ ରାଜ୍ୟରେ ଢାଞ୍ଚାଗତ ଏବଂ ଅନ୍ୟ ସାମାଜିକ ସଂରଚନା ବିକାଶ ପାଇଁ ପିଏମ- ଡିଭାଇନ ଯୋଜନାକୁ ମଞ୍ଜୁରୀ ମିଳିଛି। ଏହି ସ୍କିମ ଚାରି ବର୍ଷ ଅର୍ଥାତ୍ ୨୦୨୫ରୁ-୨୬ ପାଇଁ ହେବ। ଏଥିପାଇଁ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ବହୁ ରାଜ୍ୟ ସହକାରୀ ସଂଶୋଧନ ବିଧେୟକ, ୨୦୨୨ରେ ମଞ୍ଜୁରୀ ଦେଇଛି।