ଚଳନ୍ତା ବିମାନରେ ବର୍ବରତା କାଣ୍ଡ

ଚଳନ୍ତା ବିମାନରେ ବର୍ବରତା କାଣ୍ଡ


ନୂଆଦିଲ୍ଲୀ:(ବ୍ୟୁରୋ ରିପୋର୍ଟ୍) ଚଳନ୍ତା ବିମାନରେ ଜଣେ ଯାତ୍ରା କ୍ରୁ ମେମ୍ବରଙ୍କ ସହ ଏପରି ଘଟଣା ଘଟାଇଲେ ଯେ ପାଇଲଟ୍‌ଙ୍କୁ ବିମାନର ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଇାକୁ ପଡ଼ିଛି । ଯାତ୍ରୀ ଜଣକ ପ୍ରଥମେ କ୍ରୁ ମେମ୍ବରଙ୍କ ସହ ଝଗଡ଼ା କରିବା ସହ ପରେ ଜଣେ ଷ୍ଟାଫ୍‌ଙ୍କର ଅଙ୍ଗୁଳି କାଟି ଦେଇଥିଲେ । ଏହି ଘଟଣାକୁ ନେଇ ବିମାନରେ ଆତଙ୍କ ଖେଳିଯାଇଥିଲା । ଡେଲି ଷ୍ଟାର୍ ରିପୋର୍ଟ ଅନୁସାରେ, ଟର୍କିସ୍ ଏୟାର୍‌ଲାଇନ୍ସର ଏକ ବିମାନ ଇସ୍ତାନବୁଲ୍‌ରୁ ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତା ଯାତ୍ରା କରୁଥିଲା । ଏହି ସମୟରେ ବିମାନର ଜଣେ ଯାତ୍ରୀଙ୍କର କ୍ରୁ ମେମ୍ବରଙ୍କ ସହ ଯୁକ୍ତିତର୍କ ହୋଇଥିଲା । ପରେ ଏହା ମାରପିଟରେ ପରିବର୍ତ୍ତିତ ହେବା ସହ ଯାତ୍ରୀ ଜଣକ କ୍ରୁ ମେମ୍ବର୍‌ଙ୍କୁ ମୁଥ ମାରିବାରେ ଲାଗିଥିଲେ ।

ତେବେ ଅନ୍ୟ ଯାତ୍ରୀମାନେ କୌଣସି ପ୍ରକାରେ ତାଙ୍କୁ କାବୁ କରିନେଇଥିଲେ । ଝଗଡ଼ା ମଧ୍ୟରେ ବିମାନକୁ କ୍ୱାଲାଲାମ୍ପୁର ବିମାନ ବନ୍ଦରରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଯିବା ସହ ଯାତ୍ରୀ ଜଣଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା । ଯାତ୍ରୀଙ୍କ ନାମ ମହମ୍ମଦ ଜନ୍ ଜାଜ୍ ବୋଡ୍‌ଭିଜନ୍ ଏବଂ ସେ ଇଣ୍ଡୋନେସିଆ ଏୟାରଲାଇନ୍ସର ଜଣେ ପାଇଲଟ୍ ବୋଲି ଜଣାପଡ଼ିଛି । କର୍ମଚାରୀଙ୍କ ଅଙ୍ଗୁଳି କାଟିବା ପୂର୍ବରୁ ବୋଡ୍‌ଭିଜନ୍‌ଙ୍କୁ ରହିବାକୁ ଫ୍ଲାଇଟ୍ ଆଟେଣ୍ଡାଣ୍ଟ ଚେତାବନୀ ଦେଇଥିଲେ ମଧ୍ୟ ତାଙ୍କର ଏପରି କାର୍ଯ୍ୟ ବନ୍ଦ ହୋଇନଥିଲା । ବରଂ ଷ୍ଟାଫ୍‌ଙ୍କ ବ୍ୟତୀତ ଯାତ୍ରୀଙ୍କ ସହିତ ମଧ୍ୟ ଝଗଡ଼ା କରିଚାଲିଥିଲେ । ଫଳରେ ଅନ୍ୟ ଯାତ୍ରୀମାନେ ମଧ୍ୟ ତାଙ୍କୁ ପିଟିଥିଲେ । ଏହାର ଏକ ଭିଡିଓ ସାମ୍ନାକୁ ଆସିଛି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!