ସରକାରୀ ଜମି ଜବରଦଖଲକୁ ବିରୋଧ, ଧାରଣାରେ ବସିଲେ ୧୫ ପରିବାର

ସରକାରୀ ଜମି ଜବରଦଖଲକୁ ବିରୋଧ, ଧାରଣାରେ ବସିଲେ ୧୫ ପରିବାର

ପୁରୀ : (ବ୍ୟୁରୋ ରିପୋର୍ଟ୍) ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବା ଲାଗି ନିଦେ୍ର୍ଦଶ ଜାରି କରିଛନ୍ତି । ହେଲେ କିଛି ଅଧିକାରୀଙ୍କ ଇଚ୍ଛା ମୁତାବକ କାର୍ଯ୍ୟଶୈଳୀ ଯୋଗୁ ବହୁ ହିତାଧିକାରୀ ନ୍ୟାୟ ପାଇବାରୁ ବଞ୍ଚôତ ହେଉଛନ୍ତି । ଏପରିକି ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କେହି ଶୁଣୁନାହାନ୍ତି । ଫଳରେ ସରକାରଙ୍କ ନିଦେ୍ର୍ଦଶ ବାସ୍ତବରେ କେତେ କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ କେହି ନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ସତ୍ୟବାଦୀ ତହସିଲ ବଳଙ୍ଗା ଥାନା ପୁରୁଣାବୁଢାକେରା ଗାଁରେ ।

ଗାଁରେ ସରକାରୀ ଜମିରେ ରହିଥିବା ଏକ ନାଳକୁ ବନ୍ଦ କରିଦିଆଯାଇଛି । ପାଣି ନିଷ୍କାସନ ନ ହେବା ଫଳରେ ଗାଁର ୧୫ରୁ ଊଦ୍ଧ୍ୱର୍ ପରିବାର ଦୀର୍ଘଦିନ ଧରି ପାଣି ଘେରରେ ରହୁଛନ୍ତି । ଏନେଇ ସ୍ଥାନୀୟ ତହସିଲଦାର ଓ ବିଡିଓଙ୍କ ନିକଟରେ ଅଭିଯୋଗ କଲେ ସୁଦ୍ଧା କୌଣସି ବି ଅଧିକାରୀ ଶୁଣୁନାହାନ୍ତି । ଏହାକୁ ଭିତ୍ତି କରି ସମ୍ପୃକ୍ତ ୧୫ ପରିବାର ନ୍ୟାୟ ଲାଗି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିବା ତଥା ଧାରଣାରେ ବସିଥିବା ବେଣୁଧର ସାମନ୍ତରାୟ କହିଛନ୍ତି । ଦୀର୍ଘ ଦିନ ଧରି ପାଣି ଜମି ରହିବା ଫଳରେ ପିଲାଙ୍କ ଠାରୁ ଆରମ୍ଭ କରି ଅନ୍ୟମାନେ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ୁଛି । ଏହାସହ ପଚା ପାଣି ଯୋଗୁ ନାନା ରୋଗରେ ବି ଆକ୍ରାନ୍ତ ହେବାକୁ ପଡ଼ୁଛି । ଯେ ପର୍ଯ୍ୟନ୍ତ ୧୫ ପରିବାରକୁ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସେ କହିଛନ୍ତି ।

Spread the love
CATEGORIES
TAGS
Share This

COMMENTS Wordpress (0) Disqus ( )

error: Content is protected !!