ପୂଜା ବଜାରରେ ଜମୁଛି ନିଶା ବ୍ୟବସାୟ

ପୂଜା ବଜାରରେ ଜମୁଛି ନିଶା ବ୍ୟବସାୟ


ଢେଙ୍କାନାଳ:(ବ୍ୟୁରୋରିପୋର୍ଟ୍) ଢେଙ୍କାନାଳ ସହରରେ ପୂଜା ବଜାରକୁ ଦେଖି ବ୍ରାଉନସୁଗର ବ୍ୟବସାୟ ଜୋରଦାର ଚାଲିଛି । ଗୁରୁବାର ଦିନ ଅବକାରୀ ବିଭାଗ ଟାଉନ ଥାନା ୧୨ନମ୍ବର ୱାର୍ଡରୁ ୩୦ ଗ୍ରାମ ବ୍ରାଉନ ସୁଗର ଜବତ କରିଥିବାବେଳେ ସୋମବାର ଦିନ ୨୨ ନମ୍ବର ୱାର୍ଡ ତାରିଣୀନଗରରୁୁ ଜଣେ ବ୍ୟବସାୟୀଙ୍କ ଠାରୁ ୬୮୫ ଗ୍ରାମ ବ୍ରାଉନସୁଗର ଜବତ କରିଥିବାର ଜଣାପଡିଛି ।

ଟାଉନ ଥାନା ଅନ୍ତର୍ଗତ ତାରିଣୀ ନଗରରେ ବ୍ରାଉନସୁଗର ବ୍ୟବସାୟ ନେଇ ଅବକାରୀ କମିଶନର ଆଶିଷ ସିଂଙ୍କ ନିଦେ୍ର୍ଦଶରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା ।ଟାଉନ ଥାନା ଅନ୍ତର୍ଗତ ଷ୍ଟେସନ ବଜାର ନିକଟସ୍ଥ ତାରିଣୀନଗରରେ ମନୋଜ ପଣ୍ଡାଙ୍କ ଘରେ ଭଡାରେ ରହି ବ୍ରାଉନ ସୁଗାର ବ୍ୟବସାୟର ରଞ୍ଜିତ ରାଉତ ଓରଫ କାଳିଆ ଦୀର୍ଘ ଦିନ ବ୍ୟବସାୟ କରିବା ସହିତ ଅନୁଗୁଳ ଏବଂ କଟକ ସହିତ ଲିଙ୍କ ରହିଥିଲା । କୌଣସି ସୁତ୍ରରୁ ଖବର ପାଇ ଅବକାରୀ ବିଭାଗ ଏବଂ ପୁଲିସ ମିଳିତ ଭାବରେ ଚଢାଉ କରିଥିଲେ । ଚଢାଉ ସମୟରେ ରଞ୍ଜିତଙ୍କ ଠାରୁ ୬୮୫ ଗ୍ରାମର ବ୍ରାଉନ ସୁଗର ଜବତ କରାଯିବା ସହିତ କାଳିଆକୁ ଗିରଫ କରାଯାଇଛି । ରଞ୍ଜିତ ଠାରୁ୨ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯିବା ସହିତ ଏକ ବୁଲେଟ ଜବତ କରାଯାଇଛି । ସେହିପରି ଭୁବନ ଥାନା ବାଜିରାଉତ ମେମୋରିଆଲ କଲେଜ ନିକଟରୁ ବ୍ରାଉନ ସୁଗାର ବ୍ୟବସାୟ କରୁଥିବା ପ୍ରଶାନ୍ତ ବେହେରା ନାମକ ଜଣେ ଯୁବକଙ୍କ ଠାରୁ ୨୬ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଭୁବନ ଅଞ୍ଚଳର ବ୍ୟବସାୟୀ ପ୍ରଶାନ୍ତ ବେହେରା ଭଦ୍ରକର ନରିପୁର ଅଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କ ଠାରୁ ମୋଟ ୭୧ଲକ୍ଷ ଟଙ୍କାର ଧଳା ଜହର ଜବତ କରାଯାଇଥିବା ବେଳେ ଗୋଟିଏ ବୁଲେଟ ମଧ୍ୟ ଜବତ କରାଯାଇଛି । ଏହି ଚଢାଉରେ କଟକ ଓ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ଚଢାଉ କରାଯାଇଥିବାର ଜଣାପଡିଛି । ସେହିପରି ଗତ ୧୩ ତାରିଖ ଦିନ ଟାଉନ ଥାନା ଅନ୍ତର୍ଗତ ୧୨ ନମ୍ବର ୱାର୍ଡର ସନ୍ଦିପ କୁମାର ସ୍ୱାଇଁ ଓରଫ ବାପୁନ ବ୍ରାଉନ ସୁଗର ବିକ୍ରୟ କରୁଥିବା ବେଳେ ପୋଲିସ ଚଢାଉ କରି ଗିରଫ କରିଥିବାର ଜଣାପଡିଛି । କିଛି ଦିନ ତଳେୂ ସଦରଥାନା ଅନ୍ତର୍ଗତ ବଳଦିଆବନ୍ଧ ୫୫ ନମ୍ବର ଜାତୀୟ ରାଜପଥର ଗିର୍ଜା ନିକଟରୁ ବଳଦିଆ ବନ୍ଧ ଗ୍ରାମର ଲିଙ୍ଗରାଜ ସାହୁଙ୍କ ପୁଅ ବିଷ୍ଣୁ ଚରଣ ସାହୁ(୪୦)ଙ୍କୁ ଗିରଫ କରିଥିଲେ । ତା’ ନିକଟରୁ ୩୦ ଗ୍ରାମର ବ୍ରାଉନ ସୁଗର ଜବତ ହୋଇଥିବା ବେଳେ ଏହାର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus (0 )
error: Content is protected !!