ଛାତରୁ ପ୍ଲାଷ୍ଟର ପଡ଼ିବା ଘଟଣା ତଦନ୍ତରେ ବାଟବଣା

ଛାତରୁ ପ୍ଲାଷ୍ଟର ପଡ଼ିବା ଘଟଣା ତଦନ୍ତରେ ବାଟବଣା

ନବରଙ୍ଗପୁର:(ବ୍ୟୁରୋ ରିପୋର୍ଟ୍) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍, ବାଣୁଆ ଗୁଡ଼ା ପଞ୍ଚାୟତ ଅନ୍ତର୍ଗତ କୁହୁରା କୋଟ ଗ୍ରାମରେ

ରହିଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ନିର୍ମାଣଧୀନ ଶ୍ରେଣୀକକ୍ଷ ରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀ ପାଠ ପଢ଼ୁଥିବାବେଳେ ଛାତରୁ ପ୍ଲାଷ୍ଟର ଖସି ତିନି ବାଳିକା ଆହତ ହୋଇଥିଲେ ଝରିଗାଁ ବ୍ଲକରେ ଜେଇ ଏବଂ ଠିକାଦାର ମାନଙ୍କ ମଧୁଚନ୍ଦ୍ରିକାର ଶିକାର ହେଲେ ନିରୀହ ଛାତ୍ରଛାତ୍ରୀ।

ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସତ୍ୟନାରାୟଣ ମେହେର ଙ୍କ ନିର୍ଦ୍ଦେଶ କ୍ରମେ ବାଣୁଆ ଗୁଡ଼ା ପଞ୍ଚାୟତ ପି ଇ ଓ ଶ୍ରୀ ଅରୁଣ କୁମାର ପଟ୍ଟନାୟକ ଏବଂ ବାଣୁଆ ଗୁଡ଼ା ସରପଂଚ ଶ୍ରୀମତି ଲକ୍ଷ୍ମୀ ପୂଜାରୀ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଗ୍ରାମବାସୀ ଶ୍ରେଣୀ ଗୃହ ମରାମତି ନିମ୍ନମାନର ହୋଇଥିବା ଯୋଗୁଁ ଛାତ୍ର ଛାତ୍ରୀ ଏହି ଘଟଣା ରେ ଆହତ ହୋଇଥିଲେ। ଘଟଣା ର ତଦନ୍ତ କରି ସଂପୃକ୍ତ ଠିକାଦାର ଏବଂ ଜେଇ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଥିଲେ। କିନ୍ତୁ ଏହି ଘଟଣା ବିଷୟରେ ଜାଣି ମଧ୍ୟ ଅଣଦେଖା କରୁଛି ବ୍ଲକ ପ୍ରଶାସନ । ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ଜଗନ୍ନାଥ ଧରୁଆ, ସିନିୟର୍ ଟେକ୍ନିକାଲ କନ୍ସଲ ଟେନ୍ସ ନବରଙ୍ଗପୁର ବିଚିତ୍ରା ନନ୍ଦ ପାଣିଗ୍ରାହୀ ଏବଂ ଜୁନିଅର ଟେକ୍ନିକାଲ କନ୍ସଲ ଟେନ୍ସ ମନୋରଞ୍ଜନ ଭୋଇ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ।ସୂଚନା ଯୋଗ୍ୟ ଏହି ପଞ୍ଚାୟତର ସରକାରୀ କାମ ତଦାରଖ କରୁଥିବା ଜେଇ ବା ସଂପୃକ୍ତ ଯନ୍ତ୍ରୀ ରାମ ଚନ୍ଦ୍ର ବେହେରା ଏବଂ ଠିକାଦାର ମାନଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଏହି ପଞ୍ଚାୟତରେ ସରକାରୀ କାର୍ଯ୍ୟ ନିମ୍ନମାନର ହେଉଥିବା ବାରମ୍ବାର ଅଭିଯୋଗ ହେଉଥିଲେବି ବ୍ଲକ ପ୍ରଶାସନ ନିରବ ରହିବା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus (0 )
error: Content is protected !!