ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ପାଇଁ ଭୂମିପୂଜା ସମାରୋହ ଅନୁଷ୍ଠିତ
ଭୁବେନେଶ୍ବର:(କାଞ୍ଚନଟିଭି) ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଜନତା ମଇଦାନଠାରେ ଅନୁଷ୍ଠିତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୨ ପାଇଁ ଭୂମିପୂଜା ସମାରୋହ ଅନୁଷ୍ଠିତ ହୋଇଛି । ଶିଳ୍ପ ସଂଘ ଫିକି ସହଯୋଗରେ ଆୟୋଜନ କରାଯାଉଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସରକାରୀ ଅଧିକାରୀ, ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ।
୨୦୧୬ ଓ ୨୦୧୮ରେ ପ୍ରଥମ ଦୁଇଟି ସଂସ୍କରଣକୁ ଆୟୋଜନ କରିବା ପରେ ଚଳିତ ବର୍ଷ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣକୁ ଆୟୋଜନ କରାଯାଉଛି । ମେକ୍ ଇନ୍ ଓଡ଼ିଶା ପାଇଁ ଜାପାନ, ଜର୍ମାନୀ, ନରୱେ ପାଟନରଶିପ କରିବାକୁ ସହମତି ପ୍ରକାଶ କରିଛନ୍ତି । ଆଉ ଅଧିକ ଦେଶ ବି ଭାଗନେବାକୁ ଓଡ଼ିଶା ଆସିବେ । ତେବେ ଆଜିଠୁ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ଶିଳ୍ପ ସଚିବ ।
ଆସନ୍ତା ଡିସେମ୍ବର ୧ ସକାଳେ ଆରମ୍ଭ ହେବ ପ୍ଲେନାରି ସେସନ୍ । ପରେ ଅପରାହ୍ନରେ ଆୟୋଜିତ ହେବ ବିଜିନେସ୍ ଲିଡର ଟକ୍ ।
ପେଟ୍ରୋ କେମିକାଲ୍ସ, କେମିକଲ୍ସ୍, ମେଟ୍ରୋଲୋଜି, ମେଟଲୋଜି, ସ୍କିଲ୍ ଡେଭଲପମେଣ୍ଟ, ଫର୍ଟିଲାଇଜର୍ସ, ଏଗ୍ରିକଲ୍ଚରରେ କିଭଳି ରାଜ୍ୟର ବିକାଶ ହୋଇପାରିବ ଓ ବଡ ବଡ ଇଣ୍ଡଷ୍ଟ୍ରୀ ମାନଙ୍କ ଭୂମିକା କଣ ରହିବ ସେ ନେଇ ଆଲୋଚନା ହେବ ।
୨ ଓ ୩ ତାରିଖରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ତାଙ୍କର ଶିଳ୍ପ ଅଭିବୃଦ୍ଧି ପାଇଁ ନୂଆ ପଲିସି ଓ ନୂଆ ସଂସ୍କରଣ ରିଲିଜ୍ କରିବେ ।