ଆଧାରକାର୍ଡକୁ ନେଇ ଜାରି ହେଲା ନୂଆ ନିର୍ଦ୍ଦେଶନାମା
ନୂଆଦିଲ୍ଲୀ : ଦଶ ବର୍ଷ ପୂର୍ବେ ଯେଉଁମାନେ ଆଧାର କାର୍ଡ ପାଇଥିଲେ ଏବଂ ଏହାକୁ କେବେବି ଅପଡେଟ କରିନାହାନ୍ତି ସେମାନଙ୍କ ପାଇଁ ସରକାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଗତ ୧୦ ବର୍ଷ ମଧ୍ୟରେ ଆଧାର କାର୍ଡରେ ତାଙ୍କ ନାମ କିମ୍ବା ଠିକଣା ଅପଡେଟ୍ କରିନାହାନ୍ତି, ତେବେ ବର୍ତ୍ତମାନ ସେମାନଙ୍କ ପାଇଁ ତାହା ବାଧ୍ୟତାମୂଳକ ହୋଇଛି। ଏଥିପାଇଁ ଆପଣଙ୍କୁ ପରିଚୟ ପତ୍ର ଏବଂ ଠିକଣା ପ୍ରୁଫ ପ୍ରଦାନ କରିବାକୁ ପଡିବ ।
ଯେଉଁ ଆଧାର ଧାରକମାନେ ଦଶ ବର୍ଷ କିମ୍ବା ତା’ଠାରୁ ଅଧିକ ପୂର୍ବରୁ ଆଧାର କାର୍ଡ ପାଇଥିଲେ ଏବଂ ଏହା ପରେ କେବେ ମଧ୍ୟ ଅପଡେଟ କରିନଥିଲେ ସେମାନଙ୍କୁ ୟୁନିକ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍ ଇଣ୍ଡିଆ (UIDAI) ମଧ୍ୟ ଲୋକଙ୍କୁ ସେମାନଙ୍କର ଡକ୍ୟୁମେଣ୍ଟ ଏବଂ ଆବଶ୍ୟକୀୟ ବିବରଣୀ ଅପଡେଟ କରିବାକୁ ଅନୁରୋଧ କରିଥିଲା । ଏବେ UIDAI ସ୍ପଷ୍ଟ କରିଛି ଯେ ଏହା କରିବା ବାଧ୍ୟତାମୂଳକ ନୁହେଁ କିନ୍ତୁ ସରକାର ବର୍ତ୍ତମାନ ଏହାକୁ ଆବଶ୍ୟକ କରିଛନ୍ତି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଆଧାର ଡାଟାବେସରେ ଆଧାର କାର୍ଡଧାରୀଙ୍କ ସୂଚନାର ସଠିକତା ନିଶ୍ଚିତ କରିବା।
କେଉଁଠାରେ ଅପ୍ଡେଟ୍ କରିବେ?
ଆଧାର ଅନ୍ଲାଇନ୍ ଏବଂ ଅଫଲାଇନରେ ଅପଡେଟ ହୋଇପାରିବ। ଅନ୍ଲାଇନ୍ରେ ଆଧାର ଅପଡେଟ କରିବାକୁ, ଆପଣ https://myaadhaar.uidai.gov.in/ ପୋର୍ଟାଲ ଯାଇ ନିଜେ ଅପଡେଟ କରିପାରିବେ। ଅଫଲାଇନରେ ଅପଡେଟ କରିବାକୁ ଚାହୁଁଥିଲେ ଆପଣଙ୍କୁ ନିକଟସ୍ଥ ଆଧାର କେନ୍ଦ୍ରକୁ ଯିବାକୁ ପଡିବ। କିନ୍ତୁ ସେଠାରେ ଆପଣଙ୍କୁ ସେବା ଚାର୍ଜ ଦେବାକୁ ପଡିବ।
ଅନ୍ଲାଇନ୍ରେ ଆଧାର କାର୍ଡ କିପରି ଅପଡେଟ କରିବେ?
-ସର୍ବପ୍ରଥମେ ମୋ ଆଧାର ପୋର୍ଟାଲ(https://myaadhaar.uidai.gov.in/)କୁ ଯାଆନ୍ତୁ
-ଆଧାର ନମ୍ବର, କ୍ୟାପଚା ଏବଂ ଓଟିପି ଦେଇ ଲଗ ଇନ କରନ୍ତୁ। ଏହା ପରେ ସେବା ଡ୍ୟାସବୋର୍ଡ ଆପଣଙ୍କ ସାମ୍ନାରେ ଖୋଲିବ।
-ଆପଣ ଡକ୍ୟୁମେଣ୍ଟ ଅପଡେଟ୍ର ଶେଷ ଅପ୍ସନ ଉପରେ କ୍ଲିକ କରନ୍ତୁ ।
ପରେ ଆପଣଙ୍କୁ ଆପଣଙ୍କର ସୂଚନା ଯାଞ୍ଚ କରିବାକୁ ପଡିବ ଏବଂ ପ୍ରଦତ୍ତ ବିକଳ୍ପଗୁଡିକରୁ ଆପଣଙ୍କୁ ପରିଚୟ ପ୍ରମାଣ ପାଇଁ ଗୋଟିଏ ଡକ୍ୟୁମେଣ୍ଟ ଏବଂ ଠିକଣା ପ୍ରୁଫ ପାଇଁ ଗୋଟିଏ ଡକ୍ୟୁମେଣ୍ଟ ଅପଡେଟ କରିବାକୁ ପଡିବ।
-ପରିଚୟ ପ୍ରମାଣ ଏବଂ ଠିକଣା ପ୍ରୁଫ ମ୍ୟାଚ ପରେ ଡକ୍ୟୁମେଣ୍ଟ ଗ୍ରହଣ କରାଯିବ। ଏଥିପାଇଁ ଆପଣଙ୍କୁ ସେବା ଚାର୍ଜ ଦେବାକୁ ପଡିବ। ଆଧାର ଅଦ୍ୟତନ ଅନୁରୋଧ ଗ୍ରହଣ ହେବା ପରେ, ଆପଣ ୧୪-ଅଙ୍କ ବିଶିଷ୍ଟ ସେବା ଅନୁରୋଧ ନମ୍ବର ପାଇବେ ।
ଆଧାର କାର୍ଡ ହେଉଛି ଭାରତ ନାଗରିକଙ୍କୁ ଭାରତ ସରକାର ଦେଇଥିବା ଏକ ପରିଚୟ ପତ୍ର। ଆଧାର କାର୍ଡ ହେଉଛି UIDAI ଦ୍ୱାରା ଜାରି କରାଯାଇଥିବା ୧୨ ଅଙ୍କ ବିଶିଷ୍ଟ ଅନନ୍ୟ ସଂଖ୍ୟା। ଏଥିରେ ଜଣଙ୍କର ନାମ, ଜନ୍ମ ତାରିଖ, ଆଧାର ନମ୍ବର, ଫଟୋ ଏବଂ ବାୟୋମେଟ୍ରିକ ତଥ୍ୟ ଭଳି ସମସ୍ତ ସୂଚନା ରହିଥାଏ।