Indefinite agitation by the Union of Drivers with ten-fold demand
ଭୁବନେଶ୍ୱର:(କାଞ୍ଚନଟିଭି ବ୍ୟୁରୋ) ତେଜିଲା ଡ୍ରାଇଭରଙ୍କ ରାଜ୍ୟବ୍ୟାପୀ ଷ୍ଟିୟରିଂ ଛାଡ଼ ଆନେ୍ଦାଳନ । ଦଶ ଦଫା ଦାବି ନେଇ ଡ୍ରାଇଭର ମହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନେ୍ଦାଳନ ଡାକରା ଦିଆଯାଇଥିବା ବେଳେ କେତକ ଡ୍ରାଇଭର ସଂଘ ଏହି ଆନେ୍ଦାଳନରେ ସାମିଲ ହୋଇ ନ ଥିଲେ । ଏହି କାରଣରୁ ସେମାନଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଗୁରୁବାର ସ୍ମାର୍ଟ ସିଟିର ଅନ୍ଲାଇନ୍ ଅଟୋ ସଂଘ ଆନେ୍ଦାଳନରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି । ଆନେ୍ଦାଳନରେ ପ୍ରାୟ ୧୦ ହଜାର ଆଟୋ ଓ କାର୍ ଡ୍ରାଇଭର ଯୋଗଦେଇ ଲୋୟର ପିଏମ୍ଜି ଓ ଜନପଥରେ ଧାରଣା ଦେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି ।
ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନେ୍ଦାଳନ ଯୋଗୁଁ କେତେକ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ଅନେକ ସ୍ଥାନରେ ଗାଡିÿ ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀ ହଟହଟା ହୋଇଥିବା ଦେଖିବାକୁ ମିଳିଛି ।
ଦୁର୍ଘଟଣାରେ ପ୍ରାଣ ହରାଇଥିବା ଡ୍ରାଇଭର୍ଙ୍କ ପାଇଁ ୨୦ଲକ୍ଷ ଟଙ୍କା ବୀମା, ୫୫ ବର୍ଷ ପରେ ପେନ୍ସନ୍, ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଆଇନ, ଡ୍ରାଇଭରଙ୍କୁ ଦ୍ୱିତୀୟ ସୈନିକ ମାନ୍ୟତା ଭଳି ୧୦ ଦଫା ଦାବି ଭିତ୍ତିରେ ଡ୍ରାଇଭର୍ ମହାସଂଘ ପକ୍ଷରୁ ବିକ୍ଷୋଭ କରାଯାଇଛି ।
କଟକ ଠାରୁ ବାଲେଶ୍ୱର ପର୍ଯ୍ୟନ୍ତ, ଦକ୍ଷିଣାଞ୍ଚଳ ଜିଲ୍ଲା ଏବଂ ପଶ୍ଚିମ ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲାର ଯାଜପୁର, ବଡ଼ଚଣା, ଚଣ୍ଡିଖୋଲ ଛକ, କଟକ ଜିଲ୍ଲାର କଟକ, ନିଆଳି, ମାହାଙ୍ଗା, ନରସିଂହପୁର, ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର, ବାଲିକୁଦା, ତିର୍ତ୍ତୋଲ, ପାରାଦୀପ, କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ, ଟାଉନ୍,
ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ, କଙ୍କଡ଼ାହାଡ଼, ଉତ୍ତରାଞ୍ଚଳର କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ, ଦକ୍ଷିଣାଞ୍ଚଳର ଗଞ୍ଜାମ ଜିଲ୍ଲାରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନେ୍ଦାଳନ ଯୋଗୁ ଯାତ୍ରୀମାନେ ହନ୍ତସନ୍ତ ହୋଇଥିବା ବେଳେ ବିକ୍ଷୋଭକାରୀ ଚାଳକମାନେ ଯାତ୍ରୀଙ୍କୁ ବିଭିନ୍ନ ବସ୍ରୁ ଓହ୍ଲାଇ ଦେଇଥିବା ଖବର ମିଳିଛି ।
ସେହିପରି ହଳଦିଆ ନମ୍ବର ପ୍ଲେଟ୍ ଥିବା ଟ୍ରକ୍ ଚାଳକମାନେ ମଧ୍ୟ ଆନେ୍ଦାଳନରେ ସାମିଲ ହୋଇଥିଲେ । ଚାଳକମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିବାରୁ ଯାତ୍ରୀ ସମେତ ସାଧାରଣଜନତା ନାହିଁ ନ ଥିବା ଅସୁବିଧା ଭୋଗିଥିଲେ । କେତେକ ସ୍ଥାନରେ ରୋଚକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଆନେ୍ଦାଳନକାରୀମାନେ ଆନେ୍ଦାଳନରେ ସାମିଲ ହୋଇନଥିବା ଡ୍ରାଇଭରମାନଙ୍କୁ ଫୁଲମାଳ ଦେଇ ପ୍ରତିବାଦ କରିଥିଲେ ତ ଆଉ କେଉଁଠି ଚକେଲାଟ୍ ଦେଇ ବା ମୁଣ୍ଡିଆ ମାରିଥିଲେ । ଆନେ୍ଦାଳନକାରୀଙ୍କ ଏଭଳି ଅଭିନବ ପ୍ରତିବାଦ ମଧ୍ୟରେ ବୈପାରୀଗୁଡାରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ତୀର୍ଥଯାତ୍ରୀ ଧରି ଯାଉଥିବା ଏକ ବସ୍ର ଡ୍ରାଇଭର ଅଧା ରାସ୍ତାରୁ ତୀର୍ଥଯାତ୍ରୀଙ୍କୁ ରାସ୍ତା ଉପରେ ଛାଡି ଦେଇ ଆନେ୍ଦାଳନରେ ସାମିଲ ହୋଇଥିଲେ । ବହୁ ଗାଡି ବିଭିନ୍ନ ବସ୍ ଷ୍ଟାଣ୍ଡରେ ଅଟକି ରହିଥିଲା ।
ସେପଟେ ଡ୍ରାଇଭରଙ୍କ ଦାବି ରାଜ୍ୟ ସରକାର ବିଚାରକୁ ନେଇଛନ୍ତି ବୋଲି ପରିହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି । ଡ୍ରାଇଭରଙ୍କ ସମସ୍ୟାର ସମାଧାନ କରିବା ଲାଗି ବିଭାଗ ପକ୍ଷରୁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି । ଯାହା ଦାବି ରହିଛି ସବୁ ଦିଗରେ ଉପରେ ଆଲୋଚନା କରାଯିବ । ସହମତି ଭିତ୍ତିରେ ସମସ୍ୟାର ସମାଧାନ କରାଯିବ । ଆନେ୍ଦାଳନ ଯୋଗୁଁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ତେଣୁ ଡ୍ରାଇଭରମାନେ ଆନେ୍ଦାଳନରୁ ଓହରି ଆସନ୍ତୁ ବୋଲି ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।