ରାଜ୍ୟରେ ମହିଳାବିରୋଧୀ ହିଂସା ବଢିବାରେ ଲାଗିଛି ।

ରାଜ୍ୟରେ ମହିଳାବିରୋଧୀ ହିଂସା ବଢିବାରେ ଲାଗିଛି ।

ଭୁବନେଶ୍ୱର:(କାଞ୍ଚନଟିଭି/ବ୍ୟୁରୋ) ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ପ୍ରକାଶ ପାଇଥିବା ଶ୍ୱେତପତ୍ରରୁ ଏକଥା ସାମ୍ନାକୁ ଆସିଛି । ୨୦୨୨ ମସିହାରେ ରାଜ୍ୟରେ ସମୁଦାୟ ୩୧୮୪ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ସେଥିରୁ ୩୧୩୫ ମାମଲା ସତ୍ୟ । ଆର୍ଥାତ୍ ପ୍ରତ୍ୟେକ ଦିନ ପ୍ରାୟ ୯ ଜଣ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ଶ୍ୱେତପତ୍ରରେ ଉଲ୍ଲେଖ ରହିଛି ।

ଗତବର୍ଷ ରୁଜୁ ହୋଇଥିବା ୧୪,୮୯୩ ଚୋରି ମାମଲାରୁ ୧୪,୫୬୩ଟି ସତ୍ୟ । ବର୍ଷ ଶେଷ ସୁଦ୍ଧା ୫୮୫୯ ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଥିଲା । ୧୭୭ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଚୋରି ହୋଇଥିଲା । ସେଥିରୁ ୩୨,୫୩,୦୨,୪୦୧ ଟଙ୍କା ମୂଲ୍ୟର ସମ୍ପତ୍ତି ଉଦ୍ଧାର କରାଯାଇପାରିଛି । ଗତବର୍ଷ ରୁଜୁ ହୋଇଥିବା ୫୩୫୨ ପ୍ରତାରଣା ମାମଲା ମଧ୍ୟରୁ ୫୦୪୬ଟି ସତ୍ୟ । ତନ୍ମଧ୍ୟରୁ ବର୍ଷ ଶେଷ ସୁଦ୍ଧା ୧୩୬୧ ମାମଲାରେ ଦୋଷାରୋପ ଫର୍ଦ ଦାଖଲ କରାଯାଇଛି । ଏହି ବର୍ଷ ରାଜ୍ୟରେ ୨୨୪୮ ଦଙ୍ଗା ମାମଲା ମଧ୍ୟରୁ ୨୧୭୨ଟି ପଞ୍ଜୀକୃତ କରାଯାଇଥିଲା । ବର୍ଷ ଶେଷ ସୁଦ୍ଧା ୧୩୭୯ ମାମଲାରେ ଦୋଷାରୋପ ଫର୍ଦ ଦାଖଲ କରାଯାଇଛି ।
ଗତବର୍ଷ ହୋଇଥିବା ୧୧,୬୬୩ଟି ମୋଟରଯାନ ଦୁର୍ଘଟଣା ମାମଲା ମଧ୍ୟରୁ ୧୧,୫୬୧ ସତ୍ୟ । ବର୍ଷ ଶେଷ ସୁଦ୍ଧା ୨୧୫୧ ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି । ରାଜ୍ୟରେ ରୁଜୁ ହୋଇଥିବା ମୋଟ ୧,୬୮,୧୯୦ଟି ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ ୧୩୭୯ଟି ହତ୍ୟା, ୬୨୬ଟି ଡକାୟତି, ୨୯୯୮ଟି ଲୁଣ୍ଠନ, ୫୪୬୭ଟି ସିନ୍ଧିଚୋରି, ୧୪୮୯୩ଟି ଚୋରି, ୫୩୫୨ଟି ପ୍ରତାରଣା, ୨୨୪୮ଟି ଦଙ୍ଗା, ୩୧୮୪ଟି ଦୁଷ୍କର୍ମ, ୧୧୬୬୩ଟି ମୋଟର୍ ଦୁର୍ଘଟଣା ଓ ୧୩୦୩୮୦ ବିବିଧ ମାମଲା ପଞ୍ଜୀକୃତ ହୋଇଥିଲା ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!