ରମଜାନ ମାସିକ ପର୍ବ ଉଦଯାପିତ: ଇଦ୍ -ଉଲ୍ -ଫିତର ପାଳିତ

ରମଜାନ ମାସିକ ପର୍ବ ଉଦଯାପିତ: ଇଦ୍ -ଉଲ୍ -ଫିତର ପାଳିତ

ଜଟଣୀ:(କାଞ୍ଚନଟିଭି/ଆଶୁତୋଷ ରାୟ) ରମଜାନ ମାସର ଘୋର ତପସ୍ୟା ପରେ ପାଳନ କରାଯାଏ, ଇଦୁଲ ଫିତର । ଦୁଇ ବର୍ଷ ଧରି କରୋନା ମହାମାରୀ ଯୋଗୁଁ ମସଜିଦ,ମନ୍ଦିର,ଚର୍ଚ୍ଚ ଏବଂ ଗୁରୁଦ୍ବାରାରେ ସାମୂହିକ ଉପାସନା ଓ ପୂଜାପାଠକୁ ବାରଣ କରାଯାଇ ଥିଲା । କିନ୍ତୁ ଏବର୍ଷ ସବୁ ପର୍ବପର୍ବାଣୀ ହର୍ଷ ଉଲ୍ଲାସର ସହ ପାଳନ କରା ଯାଇଛି । ସେହିଭଳି ମୁସଲମାନ ଭାଇ ଭଣୀମାନେ ମସଜିଦ ଓ ଇଦଗାହରେ ଇଦୁଲ ଫିତର ନମାଜ ପାଠ କରିଥିବାର ଦେଖା ଯାଇଛି ।
ଜଟଣୀ ଉପକଣ୍ଠ ଥାନା ଛକ ଠାରେ ସକାଳ ୯:୦୦ ଘଟିକା ସମୟରେ ମୌଲାନା ନମାଜ ପାଠ କରାଇ ଥିଲେ । ପ୍ରାୟ ୪୦୦ରୁ ଊର୍ଦ୍ଧ୍ବ ମୁସଲମାନ ମହିଳା ଓ ପୁରୁଷ ଏବଂ କୁନିକୁନି ପିଲାମାନେ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ଶିକ୍ଷାବିତ୍ , ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ , ସମାଜସେବୀ ଏବଂ ଓକିଲ ମାନେ ଉପସ୍ଥିତ ରହି ଉତ୍ସାହିତ କରିବା ସହିତ ଉତ୍ସବର ଶୁଭକାମନା କରୁଥିଲେ ।
ନମାଜ ପାଠ ପରେ ମୌଲାନା ଭାଇଚାର, ବିଶ୍ବଶାନ୍ତି ତଥା ଗରିବ ଓ ଅସହାୟମାନଙ୍କ ସହ ସାହାଯ୍ୟ ଓ ସହଯୋଗ କରିବାକୁ ଆହ୍ବାନ ଦେଇଥିଲେ । ପରିଶେଷରେ ବିଶ୍ବଶାନ୍ତି ସ୍ଥାପନା ପାଇଁ ପ୍ରାର୍ଥନା କରାଯାଇ ଥିଲା ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus (0 )
error: Content is protected !!