ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ ଗର୍ଜିଲା କଂଗ୍ରେସ

ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ ଗର୍ଜିଲା କଂଗ୍ରେସ

ଜଟଣୀ:(କାଞ୍ଚନଟିଭି/ଆଶୁତୋଷ ରାୟ) ଗରିବ ବାସହରାଙ୍କ ଥଇଥାନ ପାଇଁ ବହୁ କାର୍ଯ୍ୟକ୍ରମରେ ବହୁ କଥା କହୁଛନ୍ତି ମୁଖ୍ୟମନ୍ତ୍ରୀ। କିନ୍ତୁ ବାସ୍ତବରେ ଗରିବ ଲୋକଙ୍କୁ ଥଇଥାନ ଦିଗରେ ପଦକ୍ଷେପ ନେଉନାହାନ୍ତି ଜଟଣୀ ପୌରପାଳିକା ଅନ୍ତର୍ଗତ ରେଳବାଇ କଲୋନିରେ ଥିବା ୭ଟି ୱାର୍ଡର ଝୁମ୍ପୁଡ଼ି ବସ୍ତିବାସିନ୍ଦା ପରିବାରକୁ ଥଇଥାନ କରିବା ଦାବିରେ ଆଜି ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ବସ୍ତିବାସିନ୍ଦାମାନେ ଖୋର୍ଦ୍ଧା ମଣ୍ଡଳ ରେଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଥିଲେ। ଖୋର୍ଦ୍ଧା ମଣ୍ଡଳ ପକ୍ଷରୁ ଅଧିକାରୀ ଚନ୍ଦ୍ରଭାନୁ ନାୟକ ଦୁଇ ମାସ ଭିତରେ ସେମାନଙ୍କୁ ଥଇଥାନ କରିବାକୁ ପ୍ରତଶ୍ରୁତି ଦେବା ପରେ ବସ୍ତିବାସିନ୍ଦାମାନେ ଧାରଣାରୁ ଉଠିଥିଲେ। ସୂଚନାଯୋଗ୍ୟ ଯେ ଖୋର୍ଦ୍ଧା ଡିଭିଜନ ରେଳ ପ୍ରଶାସନ ପକ୍ଷରୁ ଏହି ସବୁ ବସ୍ତି ଉଚ୍ଛେଦ ପାଇଁ ନୋଟିସ କରାଯାଇଥିଲା।ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ବରେ ସହରର ୨ ହଜାରରୁ ଉର୍ଧ୍ବ ବସ୍ତି ବାସିନ୍ଦା ଏକ ବିରାଟ ରାଲିରେ ରେଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟକୁ ଆସି ଉଚ୍ଛେଦ ପୂର୍ବରୁ ଥଇଥାନ ଲାଗି ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ଗୁହାରି କରିଥିଲେ।

ବସ୍ତିରେ ସର୍ବାଧିକ ଲୋକ ରହୁଥିବା ବେଳେ, ସେମାନଙ୍କୁ ଉଚ୍ଛେଦ ପୂର୍ବରୁ ଥଇଥାନ କରିବାକୁ ଦାବି ହୋଇଛି ।ଦୀର୍ଘ ୫୦ ବର୍ଷ ଧରି ଏସବୁ ସ୍ଥାନରେ ରହି ଆସୁଛନ୍ତି ବସ୍ତି ବାସିନ୍ଦା । ଯଦି ଏସବୁ ସ୍ଥାନରେ ଉଚ୍ଛେଦ କରାଯାଏ ତେବେ ସେମାନେ କେଉଁଠି ରହିବେ ବୋଲି ପ୍ରଶ୍ନ କରିଛନ୍ତି ବସ୍ତି ବାସିନ୍ଦା । ସହର ଭିତରେ ଅନେକ ସରକାରୀ ଜମି ଥିବା ବେଳେ ସେଠାରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଗୃହ ପ୍ରଦାନ କରିବାକୁ ଦାବି ହୋଇଛି ।
ଥଇଥାନ ନକରି ଯଦି ଉଚ୍ଛେଦ କରାଯାଏ ତେବେ ବିରାଟ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ବସ୍ତି ବାସିନ୍ଦା ।ଏହି ଧାରଣାରେ ଜଟଣୀ ନଗର କଂଗ୍ରେସ ସଭାପତି ଅଶୋକ କୁମାର ମଙ୍ଗରାଜ, ପ୍ରତିନିଧି ଏସ୍‌ ଏନ୍ ଅଲ୍ଲୀ, ସବିତା ବେହେରା, ଗୌରୀ ପ୍ରସାଦ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!