ଓଡ଼ିଶା ସ୍କିଲ କନକ୍ଲେଭ ୨୦୨୩
ଭୁବନେଶ୍ୱରର:(କାଞ୍ଚନଟିଭି ବ୍ୟୁରୋ) କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ସ୍କିଲ ଡେଭଲପମେଣ୍ଟ କନକ୍ଲେଭ ୨୦୨୩ । ଆଜିଠାରୁ ଆରମ୍ଭ ହୋଇ ୨୨ ତାରିଖ ଯାଏଁ ଚାଲିବ ଏହି କନକ୍ଲେଭ । ଏହି ସ୍କିଲ କନକ୍ଲେଭକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କନକ୍ଲେଭରେ ୭ଟି ସେସନ ରହିବ । ଏଥିରେ ବିଭିନ୍ନ ପଲିଟେକନିକ୍, ବୈଷୟିକ ଶିକ୍ଷାନୁଷ୍ଠାନ, ଇଞ୍ଜିନିୟରିଂ କଲେଜର ପ୍ରାୟ ୩ ହଜାର ଶିକ୍ଷାର୍ଥୀ ଓ ଶିଳ୍ପପତି ଅଂଶଗ୍ରହଣ କରିଛନ୍ତି । ମେକ୍ ଇନ୍ ଓଡ଼ିଶାର ପାର୍ଟ-୨ ହେଉଛି ଏହି ବିଶ୍ବସ୍ତରୀୟ ଦକ୍ଷତା ଉତ୍ସବ। ଏଥିରେ ବି ଏସଏଚଜି ମହିଳା ମଧ୍ୟ ସାମିଲ ହୋଇଛନ୍ତି । ବିଶ୍ୱସ୍ତରରେ ରେକର୍ଡ କରିଥିବା ଓଡ଼ିଆ ପିଲାଙ୍କ ସାମର୍ଥ୍ୟର ସୋ-କେସିଂ ପାଇଁ ଏଭଳି ସ୍କିଲ୍ କନକ୍ଲେଭର ଆୟୋଜନ କରାଯାଇଛି ।। ଆଜି ଉଦଘାଟନୀ ଦିବସରେ ଖଣି ଅଞ୍ଚଳରେ ଆର୍ଥ ମୁଭର୍ସ୍ ଚଳାଉଥିବା ୮ରୁ ୧୦ ଜଣ ମହିଳା ଡ୍ରାଇଭରଙ୍କୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଓଡ଼ିଶାର ଦକ୍ଷତା ପ୍ରଦର୍ଶନ ପାଇଁ ଓଡିଶା ସ୍କିଲ କନକ୍ଲେଭ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ।