ବିଶ୍ଵ ଶ୍ରମିକ ଦିବସ ପାଳନ କଲା ଶ୍ରମିକ କଂଗ୍ରେସ
ଜଟଣୀ:(କାଞ୍ଚନଟିଭି/ଆଶୁତୋଷ ରାୟ) ସ୍ଥାନୀୟ ପୌରାଞ୍ଚଳ ଅନ୍ତର୍ଗତ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଠାରେ ଶ୍ରମିକ କଂଗ୍ରେସ ତରଫରୁ ବିଶ୍ଵ ଶ୍ରମିକ ଦିବସ ପାଳନ କରାଯାଇଥିଲା। ଆଜି ଶ୍ରମିକ କଂଗ୍ରେସ କାର୍ଯ୍ୟାଳୟରେ ସଭାପତି ଶରତ କୁମାର ପଣ୍ଡା ଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଆଗରୁ ଶ୍ରମିକ ମାନଙ୍କ ପ୍ରତି ଅନେକ ଶୋଷଣ କରାଯାଉଥିଲା। ଅଳ୍ପ ପ୍ରାପ୍ୟ ଦେଇ ଅଧିକ କାମ କରିବାକୁ ପଡ଼ୁଥିଲା। ଏହାଦ୍ବାରା ଅସନ୍ତୋଷ ତେଜିବାରୁ ଶ୍ରମିକ ମାନେ ସଂଘଠିତ ହୋଇ ସଙ୍ଗଠନ ତିଆରି କରିଥିଲେ। ଉଦ୍ଦେଶ୍ୟ ଥିଲା ଆଠ ଘଣ୍ଟା କାମ, ଆଠ ଘଣ୍ଟା ସାମାଜିକ କାର୍ଯ୍ୟ ଓ ଆଠ ଘଣ୍ଟା ବିଶ୍ରାମ ପାଇଁ ସମୟ ନିର୍ଘଣ୍ଟ କରିବାକୁ ଜୋରଦାର ଦାବି କରି ସାରା ବିଶ୍ବରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଶେଷରେ ଆଜିର ଦିନ ୧୯୨୩ ମେ ଏକ ତାରିଖ ରେ ଶ୍ରମ ଆଇନ ଲାଗୁ କରାଗଲା । ଯାହାକୁ ମନେ ରଖିବା ପାଇଁ ବିଶ୍ଵ ଶ୍ରମିକ ଦିବସ ଭାବେ ପାଳନ କରାଯାଇଥାଏ। ଶ୍ରମ ଆଇନ ସହେ ବର୍ଷ ଟପିଯାଇଥିଲେ ଆଜି ବି ବାରମ୍ବାର ଶ୍ରମ ଆଇନ ଉଲଂଘନ ହେଉଥିବା ଉପସ୍ଥିତ ଅତିଥମାନେ ନିଜ ବକ୍ତବ୍ୟରେ କହିଥିଲେ। ରେଳପଥରେ ଆଜି ବି ଅନେକ ବିଭାଗରେ କର୍ମଚାରୀ ଅଭାବରୁ ୧୨ ରୁ ୨୪ ଘଣ୍ଟିଆ ପର୍ଯ୍ୟନ୍ତ କାମ କରିବାକୁ ପଡୁଥିବାରୁ ଅତିଥି ମାନେ କ୍ଷବୋ ପ୍ରକାଶ କରିଥିଲେ। କେନ୍ଦ୍ରୀୟ ପଦାଧିକାରୀ ଶ୍ରୀ ଏମ ଜି କେ ରାଓ, ନିରଞ୍ଜନ ମିଶ୍ର, ସୁବ୍ରତ ପଣ୍ଡା , ତ୍ରିଲୋଚନ ମହାନ୍ତି, ପି ରାଜା ରାଓ, ରାକେଶ ଘଡେ଼ଇ, ଅକ୍ଷୟ ପ୍ରଧାନ ଓ ସୁନିଲ ପରିଡ଼ା ପ୍ରମୁଖ ସଭା ପରିଚାଳନା କରିଥିଲେ ବୋଲି ମିଡ଼ିଆ ସେଲ୍ ର ମୁଖ୍ୟ ତଥା ଶାଖା ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି ସୂଚନା ଦେଇଥିଲେ।