ଉତ୍କଳ ସାମ୍ବାଦିକ ସଂଘ ବାଲେଶ୍ଵର ଶାଖା ବ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ
ବାଲେଶ୍ଵର:(କାଞ୍ଚନଟିଭି/ବ୍ୟୁରୋ) ଉତ୍କଳ ସାମ୍ବାଦିକ ସଂଘ ର ବାଲେଶ୍ଵର ଶାଖା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଆଜି ପୂର୍ବାହ୍ନ ରେ ବାଲେଶ୍ଵରସ୍ଥ ସିଦ୍ଧି କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ସାମ୍ବାଦିକ ସଙ୍ଘର ଜିଲ୍ଲା ସଭାପତି ଲୋକନାଥ ଦଳେଇ ସଭାପତିତ୍ୱ ରେ ଆୟୋଜିତ ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିରଞ୍ଜନ ପ୍ରସାଦ ବାରିକ, ଉପଦେଷ୍ଟା କମଳ ଲୋଚନ ଆଚାର୍ଯ୍ୟ, ଅଶୋକ କୁମାର ପ୍ରଧାନ,ଗଗନ ସେଠୀ, ରାଜକିଶୋର ମଲ୍ଲିକ, କୋଷାଦକ୍ଷ ପ୍ରଫୁଲ୍ଲ ସାନ୍ତରାଏ, ଉପସଭାପତି ସତ୍ୟବ୍ରତ ଦାସ,ଆତ୍ମାନନ୍ଦ ଦାସ ,ସହ ସମ୍ପାଦକ ରଘୁନାଥ ନାୟକ, ଅର୍ଜୁନ ସିଂ, ସରିତ ତପନ ପଣ୍ଡା,ଜିଲ୍ଲାଉପଦେଷ୍ଟା ସୁଧାଂଶୁ ବାରିକ, ଜିଲ୍ଲା ମିଡ଼ିଆ କୋଡ଼ିନେଟର ଜୟଶ୍ରୀ ବେହେରା ପ୍ରମୁଖ ମଞ୍ଚାସିନୀ ରହି ସଂଘର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ନୁତନ ଭାବରେ ଜାତୀୟ କାର୍ଯ୍ୟକାରୀ କମିଟି ସଦସ୍ୟ ସତ୍ୟ ବ୍ରତ ପ୍ରଧାନ, ସଦର ବ୍ଲକ ସଭାପତି ଶରତ ବାରିକ,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ରାଜାରାମ ଦାସ,ଜୟଶ୍ରୀ ବିଶ୍ୱାଳ, ବିଜୟ ପ୍ରଧାନ, ମାନସ ବେଜ, ଆଲୋକମୟ ପଣ୍ଡା, ସଂଦୀପି ପଣ୍ଡା,ଭଗବାନ ଦାସ, ପ୍ରସନ୍ନ ପାତ୍ର, ସାମନ୍ତ ଯୋଗମୋହନ ସ, କାର୍ଯ୍ୟକାରୀ ସମ୍ପାଦକ ଭାବେ ସଂଘ ତରଫରୁ ତ୍ରିଲୋଚନ ଉପାଧ୍ୟାୟ ପ୍ରମୁଖ ଙ୍କ ନାମ ଘୋଷଣା କରାଯାଇଛି ।ଏହି କାର୍ଯ୍ୟକ୍ରମ ରେ ଖଇରା ବ୍ଲକ ସଭାପତି ଛାୟା କାନ୍ତ ମାଝୀ, ଔପଦା ବ୍ଲକ ସଭାପତି ଅଜୟ କୁମାର ପଣ୍ଡା, ସୋର ବ୍ଲକ ସଭାପତି ତାଜୁଦିନ ସାହା, ବହାନାଗା ବ୍ଲକ ସଭାପତି ଶରତ କୁମାର ସାମଲ, ନୀଳଗିରି ବ୍ଲକ ସଭାପତି ବ୍ରଜ ପାଣି,ରେମୁଣା ବ୍ଲକ ସଭାପତି ଗୋବିନ୍ଦ ପାଢ଼ୀ, ବସ୍ତା ବ୍ଲକ ସଭାପତି ଜଗତ ଗିରି, ଜଳେଶ୍ବର ବ୍ଲକ ସଭାପତି ମନୋଜ ଭୂୟାଁ, ଭୋଗରାଇ ବ୍ଲକ ସଭାପତି ସୁରେଶ ମହାନ୍ତି ସମେତ ଜିଲ୍ଲା ଓ ବ୍ଲକ ର ବରିଷ୍ଠ ସାମ୍ବାଦିକ ମାନେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରେ ଏକ ସାତ ଜଣିଆ କୋର କମିଟି ଘୋଷଣା କରାଯାଇଛି । ଆସନ୍ତା ଜୁନ ପ୍ରଥମ ସପ୍ତାହ ରେ ରାଜ୍ୟ ସଭାପତି ଓ ଜିଲ୍ଲା ସମସ୍ତ ସଦସ୍ୟ ସଦସ୍ୟା ଓ କର୍ମ କର୍ତ୍ତା ଉପସ୍ଥିତ ରହି ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲା ପାଳ ଙ୍କୁ ୬ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯିବା କୁ ନିଷ୍ପତ୍ତି ହୋଇଛି ।ଜିଲ୍ଲା ଶାଖା ର ନୂତନ କାର୍ଯ୍ୟାଳୟ କୁ ରାଜ୍ୟ ସଭାପତି ବିଭୁତି ଭୂଷଣ କର ଙ୍କ ଦ୍ଵାରାଉଦଘାଟନ କରାଯିବାକୁ ସ୍ଥିର ହୋଇଛି ।ଉକ୍ତ ବୈଠକରେରେମୁଣା, ଖଇରା, ବାଲିଆପାଳ, ବସ୍ତା, ଜଳେଶ୍ବର, ଭୋଗରାଇ ଓବାଲେଶ୍ୱର ସଦରବ୍ଲକ ରୁ 19ଜଣ ନୂତନ ସଦସ୍ୟ ତା ଗ୍ରହଣ କରି ଥିବା ନେଇ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦଳେଇ ଘୋଷଣା କରିଥିଲେ।