ବିଶାଳ ଶୋଭାଯାତ୍ରାରେ ଆସି ଆମ୍ବେଦକର ଫାଉଣ୍ଡେସନର ବିକ୍ଷୋଭ ପ୍ରଦର୍ଶନ

ବିଶାଳ ଶୋଭାଯାତ୍ରାରେ ଆସି ଆମ୍ବେଦକର ଫାଉଣ୍ଡେସନର ବିକ୍ଷୋଭ ପ୍ରଦର୍ଶନ

ଅନୁଗୋଳ:(କାଞ୍ଚନଟିଭି) ଆମ୍ବେଦକର ମୂର୍ତ୍ତି ଓ ଭବନ ଉଠାଇବାକୁ ଜିଲ୍ଲା ପ୍ରଶାସନର ନୋଟିସ ପରେ ଆଜି ଜିଲ୍ଲାପାଳଙ୍କୁ ଟାର୍ଗେଟ କରିଛି ଆମ୍ବେଦକର ଫାଉଣ୍ଡେସନ । ଅନୁଗୋଳ ଜିଲ୍ଲା ଆମ୍ବେଦକର ଫାଉଣ୍ଡେସନ ଡାକରାରେ ହଜାର ହଜାର ଆନ୍ଦୋଳନକାରୀ ଏକ ପଟୁଆରରେ ଆସି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବା ସହ ପ୍ରଶାସନ ବିରୋଧୀ ସ୍ଲୋଗାନ ଦେଇଛନ୍ତି ।

ଫଉଣ୍ଡେସନର ଶହଶହ ସଂଖ୍ୟକ ସଦସ୍ୟ ସ୍ଥାନୀୟ ଆମ୍ବେଦକର ଭବନଠାରୁ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ପ୍ରତିବାଦ ସଭା କରାଯାଇଥିଲା । ବହୁ ପୂର୍ବରୁ ସେହି ଜମିର ପଟ୍ଟା ପାଇଁ ଆବେଦନ କରା ଯାଇଥିଲା । ତତ୍କାଳୀନ ଜିଲ୍ଲାପାଳ ମଧ୍ୟ ପଟ୍ଟା ପ୍ରଦାନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ । କିନ୍ତୁ ବର୍ତ୍ତମାନ ଜିଲ୍ଲାପାଳ ତାହା ଭାଙ୍ଗିବାକୁ ନୋଟିସ ଜାରି କରିଛନ୍ତି । ଯାହାକି ଦେଶର ସମ୍ବିଧାନ ପ୍ରଣେତାଙ୍କ ପ୍ରତି ଅସମ୍ମାନ ବୋଲି ସେମାନେ ଅଭିଯୋଗ କରିଛନ୍ତି ଜିଲ୍ଲା ଆମ୍ବେଦକର ଫାଉଣ୍ଡେସନ ସଦସ୍ୟ । ଆମ୍ବେଦକର ଭବନରେ ବହୁ ଗରିବ ପିଲା ରହି ପାଠ ପଢୁଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ଜିଲ୍ଲାପାଳ ଏବେ ଆମ୍ବେଦକର ଭବନ ଭାଙ୍ଗିବାକୁ ବସିଛନ୍ତି । ପ୍ରଶାସନର ଏଭଳି ନିଷ୍ପତ୍ତିକୁ ରାଜ୍ୟ ବ୍ୟାପି ବିରୋଧ କରାଯିବ । ଭବିଷ୍ୟତରେ ଯାହା ହେବ ସେଥିପାଇଁ ଅନୁଗୋଳ ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି ଫଉଣ୍ଡେସନର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus (0 )
error: Content is protected !!