ଡ୍ରାଇଭରଙ୍କ ଲାଗି ବଡ ନିଷ୍ପତି
ଭୁବନେଶ୍ୱର:(କାଞ୍ଚନଟିଭି/ବ୍ୟୁରୋ) ଏଣିକି କୌଣସି ଡ୍ରାଇଭର,ମୋଟର ଯାନ କର୍ମଚାରୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଲେ ତାଙ୍କ ଦ୍ଵାରା ମନୋନୀତ ବ୍ୟକ୍ତିଙ୍କୁ ୪ଲକ୍ଷ୍ୟ ଟଙ୍କା ଅନୁକମ୍ପା ରାଶି ମିଳିବ। ଅତି ଗଭୀର ଆଘାତ କ୍ଷେତ୍ରରେ ୮୦ ହଜାର ଟଙ୍କାର ସହାୟତା। ସ୍ଥାୟୀ ଭାବେ ଅକ୍ଷମତା ପାଇଁ ଦେଢ଼ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ। ଏଥିସହ ସ୍ଵାଭାବିକ ମୃତ୍ୟୁ କ୍ଷେତ୍ରରେ ଦୁଇ ଲକ୍ଷ୍ୟ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଓଡିଶା ମୋଟର ଯାନ ଡ଼୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନା -୨୦୨୩ କୁ ଅନୁମୋଦନ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ। ଯେ ମୋଟରଯାନ ଡ୍ରାଇଭର ଓ ଅନ୍ୟାନ୍ୟ ମୋଟରଯାନ କର୍ମଚାରୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
CATEGORIES ରାଜ୍ୟ
TAGS #BHUBANESWAR2023