ମହାଜନସମ୍ପର୍କ ଅଭିଯାନ
ଜଳେଶ୍ବର:(କାଞ୍ଚନଟିଭି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃଧୀନ ସରକାରଙ୍କ ନଅବର୍ଷ ପୂର୍ତ୍ତି ଅବସରରେ ଭାଜପା ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା “ମହାଜନସମ୍ପର୍କ ଅଭିଯାନ”ଅନ୍ତର୍ଗତ ସମ୍ପର୍କରୁ ସମର୍ଥନ କାର୍ଯ୍ୟକ୍ରମ ପରିପେକ୍ଷୀରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଜଳେଶ୍ୱର ଗସ୍ତରେ ଆସି ଜଳେଶ୍ୱର ନିର୍ବାଚନମଣ୍ଡଳୀର ବହୁ ବିଶିଷ୍ଟ ଓ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ପରିବାରଙ୍କୁ ଯାଇ ମୋଦି ସରକାରଙ୍କ ସୁଶାସନ ବିଷୟରେ ଆଲୋଚନା କରିଥିଲେ । ସାଂସଦ ବିଶେଷ ଭାବରେ ଡାକ୍ତର,ଅବସରପ୍ରାପ୍ତ ସେନାଅଧିକାରୀ,ଅବସରପ୍ରାପ୍ତ ଅଧ୍ୟାପକ,ଶିଳ୍ପପତି, ବ୍ୟବସାୟୀ, ଆଦର୍ଶ ଶିକ୍ଷକ, ଚାଷୀ, ବିଶିଷ୍ଟ ଶିଳ୍ପୀଙ୍କ ପରିବାର ବର୍ଗଙ୍କୁ ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣର ପୁସ୍ତକ ଓ କରପତ୍ର ପ୍ରଦାନ କରିବା ସହ ବିଜେପି ଦ୍ୱାରା ଜାରି କରାଯାଇଥିବା ନମ୍ବରରେ ସେହି ପରିବାରର ବ୍ୟକ୍ତି ବିଶେଷଙ୍କ ମୋବାଇଲରୁ ମିସକଲ କରି ସମର୍ଥନରେ ସାମିଲ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାଉପସଭାପତି ପ୍ରବୀର ପ୍ରଧାନ ଓ ସାବିତ୍ରୀ ଜେନା,ବ୍ଲକ ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ନଗର ସଭାପତି ଫାଲ୍ଗୁନୀ ପାଣିଗ୍ରାହୀ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ ସମୀର ପାତ୍ର, ଅଧ୍ୟାପିକା ଇନ୍ଦୁମତୀ ଗିରି, ହେମନ୍ତ ଦାସ,ଇଂ ପରମାନନ୍ଦ ମହାପାତ୍ର, ମଣ୍ଡଳ ସଭାପତି ତପନ ବିଶ୍ୱାଳ, ନାଏବ ସରପଞ୍ଚ ଅରବିନ୍ଦ ମଣ୍ଡଳ,ଆଇନଜୀବି ରାମଚନ୍ଦ୍ର ଜେନା, ନାରୀନେତ୍ରୀ ସୁମତି ଦେ, ଅନନ୍ତ ଦାସ, କାଉନସିଲର ଶିବନାରାୟଣ ମହାପାତ୍ର, ବରେନ୍ଦ୍ର ପରିଡ଼ା,ସଂଜୀବ ସେନାପତି,କମଳାକାନ୍ତ ଦେ,ମାୟାଧର ବେହେରା,ଦିଲ୍ଲୀପ ପଣ୍ଡା, ସୁଦର୍ଶନ ପ୍ରଧାନ , ଅରୂପ କର, ମନୋଜ ଦାସ, ରାମହରି ଜେନା, ସନ୍ତୋଷ ଭୂୟାଁ, ସମାପ୍ତିକା ଗିରି, ନମିତା ମାହାନ୍ତିଙ୍କ ସମେତ ବହୁ ଭାଜପା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।