ଧର୍ମଶାଳାରେ କ୍ଷୁଦ୍ର ଜଳ ପ୍ରକଳ୍ପର ମିଥ୍ୟା ବିଲ୍ କରି ସତ ଲୁଚାଇବାକୁ ଚାଲିଛି କସରତ

ଧର୍ମଶାଳାରେ କ୍ଷୁଦ୍ର ଜଳ ପ୍ରକଳ୍ପର ମିଥ୍ୟା ବିଲ୍ କରି ସତ ଲୁଚାଇବାକୁ ଚାଲିଛି କସରତ

ଧର୍ମଶାଳା:(କାଞ୍ଚନ ଟିଭି) ଦୁର୍ନୀତି ଓ ଅପାରଗତାକୁ କ୍ଷମା ନାହିଁ । ଦୁର୍ନୀତି ବିରୋଧରେ ଶୁନ୍ୟ ସହନଶୀଳତା ଅବଲମ୍ବନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଗତ କାଲି ୯ ଜଣଙ୍କ ଉପରେ ବାଜିଛି ସରକାରଙ୍କ ୫ -ଟି ଛାଟ । ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ବେଳେ ଚୋରର ମାଉସୀ ସାଜିଛନ୍ତି କିଛି ପ୍ରଶାସନିକ ଅଧିକାରୀ ଓ ପଞ୍ଚାୟତର କୁଜି ନେତା । ସୁଚନା ଥାଉକି ଧର୍ମଶାଳା ବ୍ଲକ ଅଂଜିରା ପଞ୍ଚାୟର ୧୪ ନଂବର ୱାର୍ଡ ଗୋଡିପାଟିଆ ଗ୍ରାମରେ କାର୍ତ୍ତିକେଶ୍ୱର ପଡ଼ିଆରେ ୧୨ ଅର୍ଥ କମିଶନଙ୍କ ଅନୁଦାନରେ ଦେଢ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି କ୍ଷୁଦ୍ର ଜଳ ଯୋଗାଣରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରାଯାଇଛି । ଏହି ପ୍ରକଳ୍ପରେ ବ୍ୟାବହୁତ ହେଇଥିବା ଟାଙ୍କି, ପାଇପ୍, ମଟର ଅତି ନିମ୍ନମାନର । ଏହି ପ୍ରକଳ୍ପରେ ଦୁଇଟି ପାଣି ଟାଙ୍କି ହେବା କଥା। ହେଲେ ଏଠାରେ ଗୋଟିଏ ପାଣିଟାଙ୍କି କରାଯାଇଛି। ଏହି ପାଣିଟାଙ୍କି ନିର୍ମାଣରେ ଆଖବୁଜା ଦୁର୍ନିତି କରାଯାଇ ଥ‌ିବାରୁ ଏହି ଟାଙ୍କି ଭାଙ୍ଗି ଯାଇଛି।
ଗୋଟିଏ ଟାଙ୍କି ନିର୍ମାଣ କରି ଦୁଇଟି ଟାଙ୍କିର ବିଲ୍ ପାସ୍

1-୩ ଫୁଟ୍ ତଳେ ପାଇପ ଯିବାର କଥା କିନ୍ତୁ ଏଠି ମାଟି ଉପରେ ଯାଇଛି ।

2-ଗାଁ ରେ ଥିବା ପୁରୁଣା ଫଲ୍ସ ବୋରୱଲେ ବ୍ୟବହାର କରାଯାଇଛି ।

3-ନିର୍ମାଣର ଦିନ କେଇଟା ପରେ ଏହି ଟାଙ୍କିର ସିମେଣ୍ଟ ବେସ ଫାଟି ଆଁ କରିଛି ।

4-ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପରେ ତରଭରିଆ ହୋଇ ୪ ଇଞ୍ଚ୍ ତଳେ ଘୋଡେଇ ଦେଲେ ପାଇପ୍ ।

5ବିଭାଗରେ କାର୍ଯ୍ୟରତ ଜନୈକ ଯନ୍ତ୍ରୀ ତଥା ଅଧିକାରୀ ଏହାର ମୁଖ୍ୟ କାର୍ପଟଦାର ସାଜିଛନ୍ତି ।

ନିର୍ମାଣ ହେବାର ଦିନ କେଇଟା ଭିତରେ ଭାଙ୍ଗି ଯାଇଛି। ଗୋଟିଏ ଟାଙ୍କିରେ ଏହି ବିଲ ପାସ ହେବା କଥା ନୁହେଁ। ହେଲେ ଏଠାରେ ଦୁଇଟି ଟାଙ୍କି କରାଯାଇ ଥିବାର ଦର୍ଶଯାଇ ମିଥ୍ୟା ବିଲ କରାଯାଇଛି । ପାଇପ ତିନି ଫୁଟ ମାଟି ତଳେ ଯିବା କଥା। ହେଲେ ଏଠାରେ ପାଇବ ମାଟି ଉପରେ ଯାଇଛି। ଯାହା ଫଳରେ ବିଭିନ୍ନ ସ୍ଥାନରେ ପାଇବ ଫାଟି ପାଣି ଲିକ କରୁଛି । ଗତ କାଲି ସାମାଜିକ କର୍ମୀ କୁଳମଣି ପ୍ରଧାନ ଧର୍ମଶାଳା ବ୍ଲକ ଅଞ୍ଜିରା ପଞ୍ଚାୟତ ର ୧୪ ନଂମ୍ବର ୱାର୍ଡରେ କ୍ଷୁଦ୍ର ଜଳ ଯୋଗାରେ ଆଖିବୁଜା ଦୁର୍ନୀତି ନେଇ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପଞ୍ଚାୟତ ରାଜ ପାନୀୟ ଜଳ ବିଭାଗର ଦୃଷ୍ଟି ଆକର୍ଷଣ କରିବାପରେ । ତା ୮/୦୭/୨୦୨୩ ରିଖ ଭୋର୍ ସକାଳେ ଏହି ଦୁର୍ନୀତି ଲୁଚାଇବାକୁ ମାଟି ଉପରେ ପଡିଥିବା ପାଇପ୍ କୁ ୪ ଇଞ୍ଚ୍ ତଳେ ଘୋଡେଇ ଦେଲେ । ଧର୍ମଶାଳା ଅଂଚଳରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ଏଭଳି ବହୁକୋଟି ଟଙ୍କାର ଦୁର୍ନିତି ହୋଇଥିବା ବେଳେ ଏଠାରେ ଏହି ବିଭାଗରେ କାର୍ଯ୍ୟରତ ଜନୈକ ଯନ୍ତ୍ରୀ ତଥା ଅଧିକାରୀ ଏହାର ମୁଖ୍ୟ କାର୍ପଟଦାର ସାଜିଛନ୍ତି । ଏଥିପାଇଁ ବିଭିନ୍ନ କ୍ଷେତ୍ରରେ ଜନସ୍ୱାର୍ଥ ବ୍ୟାଘାତ ହେବା ସହ ଲୋକେ ବ୍ୟାପକ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଜନଅସନ୍ତୋଷ ମଧ୍ୟ ତେଜିବାରେ ଲାଗିଛି । ଧର୍ମଶାଳା ଅଂଚଳରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ଏଭଳି ବହୁକୋଟି ଟଙ୍କାର ଦୁର୍ନିତି ହୋଇଥିବା ବେଳେ ଏଠାରେ ଏହି ବିଭାଗରେ କାର୍ଯ୍ୟରତ ଜନୈକ ଯନ୍ତ୍ରୀ ତଥା ଅଧିକାରୀ ଏହି କାର୍ଯ୍ୟକୁ ତଦାରଖ କରିଥିବା ସଂପୃକ୍ତ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଭିଜିଲାନ୍ସ ସ୍କାନରକୁ ଅଣାଯାଉ ବୋଲି ସ୍ଥାନୀୟ ଲୋକଙ୍କ ଦାବି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!