ଶେଷ ହୋଇ ଆସିଲାଣି ରୁଷର ଟ୍ୟାଙ୍କ୍  ପୁରୁଣା ଟ୍ୟାଙ୍କ ପଠାଉଛି ମସ୍କୋ ।

ଶେଷ ହୋଇ ଆସିଲାଣି ରୁଷର ଟ୍ୟାଙ୍କ୍ ପୁରୁଣା ଟ୍ୟାଙ୍କ ପଠାଉଛି ମସ୍କୋ ।

ନୂଆଦିଲ୍ଲୀ :(କାଞ୍ଚନ ଟିଭି ବ୍ୟୁରୋ) ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଇତି ମଧ୍ୟରେ ଦେଢ ବର୍ଷ ବିତିଗଲାଣି । ଏକ ଲମ୍ବା ସମୟ ଧରି ଯୁଦ୍ଧ ଚାଲିବା ସତ୍ତ୍ବେ କେବେ ଶେଷ ହେବ ତାହା ଜଣାପଡ଼ୁନାହିଁ । ଏହି ଯୁଦ୍ଧରେ କେବଳ ୟୁକ୍ରେନ ନୁହେଁ, ରୁଷର ଅନେକ କ୍ଷତି ହୋଇଛି ଓ ରୁଷ ନିଜର ବିପୁଳ ପରିମାଣର ଯୁଦ୍ଧ ଉପକରଣ ଓ ଅସ୍ତ୍ର ହରାଇସାରିଛି । ବିଶେଷକରି ରୁଷର ଟ୍ୟାଙ୍କ ସଂଖ୍ୟା କମି ଆସୁଛି । ଏହି କାରଣରୁ ଯୁଦ୍ଧ କ୍ଷେତ୍ରକୁ ନିଜର ଅତ୍ୟାଧୁନିକ ଟ୍ୟାଙ୍କ ପଠାଇବା ପରିବର୍ତ୍ତେ ପୁରୁଣା ଓ ସୋଭିଏତ ଯୁଗର ଟ୍ୟାଙ୍କ ପଠାଉଛି । ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ୧୭ ମାସ ତଳେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ଏବଂ ମେ ୩୧ ସୁଦ୍ଧା ରୁଷ ନିଜର ମୋଟ ୩୦୦୦ ଯୁଦ୍ଧ ଟ୍ୟାଙ୍କ ମଧ୍ୟରୁ ୨,୦୦୦ରୁ ଅଧିକ ଟ୍ୟାଙ୍କ ହରାଇସାରିଛି । ବଢୁଥିବା କ୍ଷୟକ୍ଷତି ଏବଂ ସେହି ବେଗରେ ନୂତନ ଆଧୁନିକ ଟ୍ୟାଙ୍କ ନିର୍ମାଣ କରିବାରେ ସକ୍ଷମ ନ ହେବା କାରଣରୁ ମସ୍କୋ ପୁରୁଣା ସୋଭିଏତ ଯୁଗର ଟି-୫୪, ଟି-୫୫ ଏବଂ ଟି-୬୨ ଟ୍ୟାଙ୍କକୁ ଷ୍ଟୋରେଜରୁ ବାହାର କରି ଯୁଦ୍ଧ କ୍ଷେତ୍ରକୁ ପଠାଇଦେଇଛି । ଅନ୍ୟପକ୍ଷରେ ୟୁକ୍ରେନ୍ ଏହାର ପାଶ୍ଚାତ୍ୟ ସହଯୋଗୀଙ୍କଠାରୁ କ୍ରମାଗତ ଭାବେ ଆଧୁନିକ ଟ୍ୟାଙ୍କ ଏବଂ ଅନ୍ୟାନ୍ୟ ଉପକରଣ ପାଉଛି। ଆଧୁନିକ ଯୁଦ୍ଧ କ୍ଷେତ୍ରରେ ଏହି ପୁରୁଣା ରୁଷୀୟ ଟ୍ୟାଙ୍କଗୁଡ଼ିକ ପ୍ରଭାବୀ ହୋଇପାରୁନାହାନ୍ତି । ପୁରୁଣା ସର୍ଭିଲାନ୍ସ ସିଷ୍ଟମ ଓ ଅଗ୍ନି ନିୟନ୍ତ୍ରଣ ବ୍ୟବସ୍ଥା ସମ୍ମୁଖରେ ଅତ୍ୟାଧୁନିକ ଆଣ୍ଟି-ଟ୍ୟାଙ୍କ ଅସ୍ତ୍ରଶସ୍ତ୍ର ଏହାର କାର୍ଯ୍ୟକାରିତାକୁ ବହୁ ମାତ୍ରାରେ ବାଧା ଦେଉଛି । ଏଣୁ ତାହା ରୁଷକୁ ଚିନ୍ତାରେ ପକାଇଦେଇଛି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!