ଅକ୍ଷମତା ହାର ମାନିଛି ; ସାଜିଛନ୍ତି ଅନ୍ୟ ପାଇଁ ଉଦାହରଣ
ଯାଜପୁର:(କାଞ୍ଚନ ଟିଭି) ହାତ ନାହିଁ ସିନା, ହେଲେ ଜଗତର ନାଥ ଜଗନ୍ନାଥ ସାରା ବିଶ୍ୱକୁ ଚଳାଉଛନ୍ତି । ଦୁଃଖୀରଙ୍କିଙ୍କ ଗୁହାରୀ ଶୁଣୁଛନ୍ତି ଶାରୀରିକ ଅକ୍ଷମତା ଆଗରେ ହାର ମାନି ନାହାନ୍ତି । ନିଜ କାନ୍ଧରେ ବୋହିଛନ୍ତି ପରିବାରର ବୋଝ । ଦିବ୍ୟାଙ୍ଗ ହୋଇ ବି ସେ ସକ୍ଷମ । ସବୁଦିନ ରାତି ପାହିଲେ ନୂଆ ସ୍ୱପ୍ନ ନେଇ ଆଗେଇ ଚାଲିଛନ୍ତି । ଦୋକାନ କରି ଦୁଇପଇସା ରୋଜଗାର କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ସବୁଠାରୁ ଦୁଃଖର କଥା ଏଯାଏଁ ତାଙ୍କୁ କୌଣସି ସରକାରୀ ସହାୟତା ମିଳିନାହଁ । ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ସେମାନେ ଆଉ ସାଜିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ ସେ ହେଉଛନ୍ତି । ଯାଜପୁର ଜିଲା ବିଞ୍ଝାରପୁର ବ୍ଲକର ସଂଗ୍ରାମ ବେଉରିଆ ଜନ୍ମରୁ ନୁହେଁ ଏକ ଦୁର୍ଘଟଣା ବଶତଃ ତାଙ୍କ ସ୍ପାଇନାଲ୍ କଡ ରେ ଅତି ଗୁରୁତର ଆଘାତ ଲାଗିଲା ଥିଲେ ହେଁ ଅକ୍ଷମତା ତାଙ୍କ ରାସ୍ତାରେ ପ୍ରତି ବନ୍ଧକ ସାଜି ପାରିନାହିଁ । ରହୁଥିବା ସହ ଗୋଟିଏ ଯୁକ୍ତଦୁଇ ପାସ୍ କରିଥିବାରୁ ସେ ହାର ମାନିନାହାନ୍ତି ଜୀବନର ରାଜପଥରେ । ବର୍ତ୍ତମାନ ସଂଗ୍ରାମ ଭିକ୍ଷାବୃତ୍ତିକୁ ନ ଆଦରି ନିଜ ପ୍ରତିଭାକୁ ଲୋକଲୋଚନକୁ ଆଣି ଏକାଠି ରୋଜଗାର କରିବାର ନିଷ୍ପତି ନେଇଥିଲେ। ନିଜେ ଏକ ଛୋଟ ଦୋକାନ କରି ବହୁ ଦୁଃଖ କଷ୍ଟରେ ଚାଲିଛନ୍ତି । ସଂଗ୍ରାମ ସବୁବେଳେ ସବୁ ସମୟର ଆଗେଇ ଆସିଛନ୍ତି ଲୋକଙ୍କୁ ସାହାଯ୍ୟ କରିବା ପାଇଁ । ହାରମୋନିୟମ ବଜାଇ ଭଜନ ଗୀତ ଗାଇ ଲୋକଙ୍କ ମନୋରଞ୍ଜନ କରିବା ସହିତ ସବୁବେଳେ ଦୁଃଖୀ ଲୋକଙ୍କ ସମସ୍ୟାକୁ ନେଇ ବେଶୀ ଚିନ୍ତିତ ହୋଇ ପଡନ୍ତି ତା ସହିତ ଟୁଇଟର ମାଧ୍ୟମରେ କରନ୍ତି ଅନେକ ସମସ୍ୟାର ସମାଧାନ। ଦୁଃଖେ କଷ୍ଟ ପେଟ ପୋଷୁଛନ୍ତି ଗୋଟିଏ ଛୋଟ ପାନ ଦୋକାନ କରି। ସଂଗ୍ରାମଙ୍କ ସୁନ୍ଦର ହାରମୋନିୟମର ତାଳେ ସଂଗ୍ରାମ ହୃଦୟସ୍ପର୍ଶୀ ଜଗନ୍ନାଥ ଜଣାଣ ବିମୁଗ୍ଧ କରିଥାଏ। ଆଉ ଦର୍ଶକଙ୍କର ଏହି ପ୍ରଶଂସା ଆମର ଆତ୍ମବିଶ୍ଵାସ ବଢାଉଛି ଆଉ ନୂଆ ନୂଆ ଗୀତ ଲେଖୁ ଦର୍ଶକଙ୍କୁ ଭେଟି ଦେବାକୁ ଆଗ୍ରହ ବଢାଇଛି ବୋଲି ପ୍ରକାଶ କରନ୍ତି ସଂଗ୍ରାମ। କେବଳ ଭଜନ ନୁହେଁ ସେ ସମାଜର ବିଭିନ୍ନ ରାଜନୈତିକ ଘଟଣା ସହ ସଚେତନତା ମୂଳକ ବାର୍ତ୍ତା ମଧ୍ୟ କବିତା ମାଧ୍ୟମରେ ଲେଖୁ ଲୋକଲୋଚନକୁ ଆଣିଥାନ୍ତି। ଜନତାଙ୍କ ଭଲ ପାଇବା ସହ ବିଭିନ୍ନ
ଅନୁଷ୍ଠାନୁରୁ ମଧ୍ଯ ସେ ପୁରସ୍କୃତ ହୋଇଛନ୍ତି। – ସଂଗ୍ରାମ ବେଉରିଆ ତାଙ୍କର ଏ ସେବା କରିବା ନିଶା କେବଳ ଯାଜପୁର ଓ ବିଞ୍ଝାରପୁର ନୁହଁ ରାଜ୍ୟର ବିଭିନ୍ନ ସ୍ଥାନର ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟିତ । ରାସ୍ତାଘାଟ ଠାରୁ ଆରମ୍ଭ କରି ଗ୍ରାମ ଠୁ ସହର ବିଭିନ୍ନ ସମସ୍ୟା ସେ ଉଭୟ ଗଣ ମାଧ୍ୟମ ଏବଂ ସାମାଜିକ ଗଣ ମାଧ୍ୟମ ଜରିଆରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ ପାଇଁ ଚେଷ୍ଟା କରନ୍ତି।