ଚା’ ସହ ପରଟା ଏହି ରୋଗର କାରଣ

ଚା’ ସହ ପରଟା ଏହି ରୋଗର କାରଣ

କାଞ୍ଚନ ଟିଭି : ସକାଳର କିମ୍ବା ସନ୍ଧ୍ୟା ସମୟରେ ଜଳଖିଆରେ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଅଧିକାଂଶ ଚା’ ସହ ପରଟା ଖାଇବାକୁ ପସନ୍ଦ କରିଥାଆନ୍ତି। ଏହା ଖାଇବାକୁ ସ୍ୱାଦିଷ୍ଟ ଲାଗିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଆପଣଙ୍କୁ ଯଦି ଚା’ ସହ ପରଟା ଖାଇବାକୁ ପସନ୍ଦ ଓ ନିୟମିତ ରୂପରେ ଏହାକୁ ଖାଉଥିବେ, ତେବେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

ଚା’ ସହ ପରଟା ଖାଇବା ଦ୍ୱାରା କୋଲେଷ୍ଟେରୋଲ୍‌‌ ସମସ୍ୟା ସୃଷ୍ଟି ହୋଇଥାଏ। ପରଟାରେ ଥିବା ଏକ ପ୍ରକାର ଫ୍ୟାଟ୍‌‌ ଶରୀରରେ କୋଲେଷ୍ଟେରୋଲ୍‌‌କୁ ବୃଦ୍ଧି କରିଥାଏ। ତେଣୁ ଏହାକୁ ନିୟମିତ ସେବନ କଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଜଳଖିଆରେ ଚା’ ସହ ପରଟା ଏକାଠି ଖାଇବା ଦ୍ୱାରା ମଧୁମେହ ହେବାର ସମ୍ଭାବନା ଅଧିକ ଥାଏ। ଏହା ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି କରିଥାଏ।

ଜଳଖିଆରେ ନିୟମିତ ଭାବେ ଚା’ ସହ ପରଟା ସେବନ କଲେ ଏସିଡିଟି ସମସ୍ୟା ସୃଷ୍ଟି ହୋଇଥାଏ। ଏହା ସହ ବଦହଜମି ଓ ପାଚନ ଜନିତ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ। ଚା’ ସହ ପରଟା ଖାଇବା ଦ୍ୱାରା ଶରୀରରେ ଆଇରନର ଅଭାବ ହୋଇଥାଏ। ଅନ୍ୟ ଖାଦ୍ୟରୁ ସଠିକ୍‌‌ ଭାବେ ଆଇରନ ଅବଶୋଷଣ ହୋଇ ପାରିନଥାଏ। ତେଣୁ ଚା’ ସହ ପରଟା ଖାଇବାକୁ ବାରଣ କରାଯାଇଥାଏ। ଆପଣ ଯଦି ଏନିମିଆ ରୋଗୀ ତେବେ ଚା’ ସହ ପରଟା ଆଦୌ ସେବନ କରନ୍ତୁ ନାହିଁ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus (0 )
error: Content is protected !!