ଭାରତ ଚନ୍ଦ୍ରକୁ ଗଲାଣି ହେଲେ ଏପର୍ଯ୍ୟନ୍ତ କିଛି ଗାଁକୁ ରାସ୍ତା ନାହିଁ
ଢ଼େଙ୍କାନାଳ:(କାଞ୍ଚନଟିଭି) ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଓ ଗମନା ଗମନ ଭଳି ମୌଳିକ ସୁବିଧା ପାଇଁ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ବ୍ୟୟରେ ମାଳ ମାଳ ଯୋଜନା। ହେଲେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନି ଯୋଜନା। ଆଜି ବି ବିପଦ ସଙ୍କୁଳ ଅବସ୍ଥାରେ ନାଳପାର ହେଉଛନ୍ତି ଲୋକେ। କେବଳ ସାଧାରଣ ଜନତା କାହିଁକି କୋମଳମତି ଛାତ୍ରଛାତ୍ରୀ ବହୀ ଖାତା, ଜୋତାକୁ ମୁଣ୍ଡରେ ମୁଣ୍ଡେଇ ହୋଇ ନଳା ସ୍ରୋତରେ ସ୍କୁଲ କଲେଜ ଯାଉଛନ୍ତି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳଛି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ନବକିଶୋରପୁର ପଞ୍ଚାୟତ କାଳିପୋଇ ଗ୍ରାମରେ ବର୍ଷା ସମୟରେ ନାଳରେ ବିପଦପୂର୍ଣ୍ଣ ଭାବରେ କୁନି କୁନି ପିଲା ଛାତ୍ରଛାତ୍ରୀ ଅଙ୍ଗନାୱାଡ଼ି ବିଦ୍ୟାଳୟ ମହାବିଦ୍ୟାଳୟକୁ ଜାତାୟତ କରୁଛନ୍ତି । ବାସିନ୍ଦା ମେଡ଼ିକାଲ ହାଟବଜାର ନିତିଦିନିଆ ଜୀବନର କିଣାବିକା ସୌଉଦା ରେ ଏହି ନାଳଦେଇ ଗମନା ଗମନ କରନ୍ତି ବର୍ଷା ସମୟରେ ସବୁଠାରୁ ଅଧିକ ସମସ୍ୟାରେ ପଡ଼ି ଥାଆନ୍ତି ସ୍କୁଲ ଛାତ୍ର ଛାତ୍ରୀ। ଏବଂ ବାସିନ୍ଦାଙ୍କର କୌଣସି ଅଘଟଣ ଘଟିଯାଇପାରେ ଏ କଥା କିଏ କହିପାରବ ସରକାରଙ୍କୁ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ନିବେଦନ ଏହି ସରଦାବେରିଣି ବାସିନ୍ଦଙ୍କ ଆଗାମୀ ପୀଢ଼ିର ଭବିଷ୍ୟତକୁ ଲକ୍ଷ୍ୟରଖି ଗମନା ଗମନ ପାଇଁ ବିଜୁ ସେତୁ ଯୋଜନାରେ ସାମିଲ କରି ସେତୁ ନିର୍ମାଣ କାମ ଶୀଘ୍ର ଆରମ୍ଭ କରାଯାଉ ।