ଖୋର୍ଦ୍ଧା ଥାଲାସେମିଆ ସମିତି 5t ସଚିବଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି

ଖୋର୍ଦ୍ଧା ଥାଲାସେମିଆ ସମିତି 5t ସଚିବଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି

ଖୋର୍ଦ୍ଧା:(କାଞ୍ଚନ ଟିଭି) ଥାଲାସେମିଆ & ଶିକିଲ୍ ସେଲ୍ ସମିତି ଓଡିଶା ଖୋର୍ଦ୍ଧା ତରଫରୁ ଆଗରୁ ଏକ ଦାବି ପତ୍ର ସମ୍ମାନୀୟ 5t ସଚିବଙ୍କର ଜନଶୁଣାଣୀରେ ଦିଆ ଯାଇ ଥିଲା ଯେବେ ସଚିବ ଖୋର୍ଦ୍ଧା ଗସ୍ତରେ ଆସିଥିଲେ, ସେଥିରେ ଲେଖାଥିଲା ଥାଲାସେମିଆ ରୋଗୀ ମାନଙ୍କପାଇଁ –
୧- ଭିନ୍ନ କୋଠରୀ ୧୫ ବେଡ଼ ଥିବା ଭଳି ସହିତ ଡାକ୍ତର, ନର୍ସ, ରକ୍ତ ପରୀକ୍ଷା.
୨- ରକ୍ତ ଭଣ୍ଡାର ଟି ମେଡିକାଲ ଠାରୁ ୫ କି.ମି ଦୂରରେ ,ଏବଂ ରକ୍ତ ଭଣ୍ଡାର ଟିକୁ ବାଉଣ୍ଡୁରି ଭିତରକୁ ଆଣିବା ଲାଗି.
୩- ପ୍ୟାକ୍ସେଲ୍ ରକ୍ତ ମିଳୁ ନାହିଁ ଖୋର୍ଦ୍ଧା ମେଡିକାଲରେ.
୪- BSKY ରେ ଥାଲାସେମିଆ ରୋଗୀ ଙ୍କୁ ସାମିଲ କରିବା ପାଇଁ.
୫- ଉନ୍ନତ ମାନର ମେଡ଼ିସିନ୍.
୬-କମ୍ପୋନେଟ୍ ମେସିନ୍ ପାଇଁ ମଧ୍ୟ ଦାବି ଜଣିୟା ଯାଇଥିଲା,ହେଲେ ସିଡିଏମଓ ଚିଠିରେ ଲେଖିଛନ୍ତି ଖୋର୍ଦ୍ଧା ମେଡିକାଲରେ ସେ ମେସିନ୍ ଏବେ ନାହିଁ, କିନ୍ତୁ କେବେ ମିଳିବ ସେଟା ଲେଖିନାହାନ୍ତି.
ଏବଂ ଆହୁରି ଅନେକ କିଛି ଲେଖା ଅଛି, କିନ୍ତୁ ଦୁର୍ଭାଗ୍ୟ ବଶତଃ ୩୦୦ ରୋଗୀଙ୍କୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସମେତ CDMO, ଖୋର୍ଦ୍ଧା ଥାଲାସେମିଆ ରୋଗୀ ପ୍ରାୟ ୩ ବର୍ଷ ହୋଇଗଲାଣି ଦରଖାସ୍ତ ଦେଇ ଦେଇ ଥକି ପଡ଼ିଲେଣି ହେଲେ କାହାର ଦୃଷ୍ଟି ପଡୁନାହିଁ ଏହି ନିରୀହ ରୋଗୀଣା କୁନି କୁନି ପିଲାମାନଙ୍କ ଉପରେ, ରାଜ୍ୟ ସରକାର ସ୍ୱାସ୍ଥ୍ୟ ସମସ୍ୟାକୁ ଶ୍ରୁଦୃଢ଼ ହୋଇଛି ବୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି, ହେଲେ ସ୍ୱାସ୍ଥ୍ୟ ସମସ୍ୟା କାଲି ଯେମିତି ଥିଲା ଆଜିବି ସେମିତି ଅଛି କିଛି ଶ୍ରୁଦୃଢ଼ ହୋଇନି, ଯଦି ହୋଇଥାନ୍ତା ତାହେଲେ ଥାଲାସେମିଆ ରୋଗୀ ଦିନକୁ ଦିନ ମୃତ୍ୟୁ ବରଣ କରୁନଥାନ୍ତେ,ହେ ସରକାର ୟେ ଥାଲାସେମିଆ ରୋଗୀ ମାନଙ୍କ ମୁହଁକୁ ଟିକେ ଅନାନ୍ତୁ ଏମାନଙ୍କର ବି ବଞ୍ଚିବାର ଇଚ୍ଛା ଅଛି ଏମାନେ ବି ମଣିଷ, ତେଣୁ ଥାଲାସେମିଆ ରୋଗୀ ମାନଙ୍କର ଅଭିଭାବକ ମାନେ ଅନୁରୋଧ କରି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି, ଯଦି ଆମର ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ ୟେ ଆନ୍ଦୋଳନର ରୂପ ନେବ ଏବଂ ରାଜରାସ୍ତା କୁ ଓଲ୍ହାଇବ ଏବଂ ରୋଗୀଙ୍କ ସମେତ ସମସ୍ତଙ୍କର ଅଭିଭାବକ ମାନେବି ଅନଶନରେ ବସିବେ !

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!