ଚୋରଙ୍କ ଟାର୍ଗେଟରେ ଶିକ୍ଷାନୁଷ୍ଠାନ.
ଢେଙ୍କାନାଳ:(କାଞ୍ଚନ ଟିଭି) ଚୋରମାନଙ୍କର ଟାର୍ଗେଟରେ ଏବେ ଶିକ୍ଷାନୁଷ୍ଠାନ ଗୁଡିକ । କାମାକ୍ଷାନଗର ଉପଖଣ୍ଡରେ ସ୍କୁଲ କିମ୍ବା କଲେଜରେ ଥିବା ଦାମି ଜିନିଷ ଗୁଡିକ ଦୁର୍ବୁତ୍ତ ମାନେ ଏବେ ଚୋରିକରି ନେଉଛନ୍ତି। ଗତ କିଛିଦିନ ତଳେ କଙ୍କଡାହାଡର ବ୍ଲକରେ ଥିବା ବିଭିନ୍ନ ସ୍କୁଲରୁ ତାଲାଭାଙ୍ଗି ଇନଭେଟର ଚୋରି କରିନେଇଥିଲେ। ସେହିଭଳି ଗତ ବିଳମ୍ବିତ ରାତିରେ ପରଜଙ୍ଗ ବ୍ଲକର ବାରିହାପୁର କନିଷ୍ଠ ମହାବିଦ୍ୟାଳୟର ମୁଖ୍ୟ ଗେଟ,ଲାଇବ୍ରେରି ରୁମ,କମ୍ପୁଟର ରୁମ ଓ ମୁଖ୍ୟ କାର୍ଯ୍ୟାଳୟର ତାଲା ଭାଙ୍ଗି କମ୍ପୁଟର ହାକ୍ସ,ସିସିଟିଭି ହାଡ୍କ୍ସ,ଇନଭେଟର ଓ ଗୋଟିଏ ଏଲଇଡ ଟିଭି ସହ ବହୁ ଦାମି ଜିନିଷ ଚୋରିକରି ନେଇଛନ୍ତି ଦୁର୍ବୁତ୍ତ । ଏନେଇ ମହାବିଦ୍ୟାଳୟର କର୍ମଚାରୀ ପ୍ରାତଃ ଭ୍ରମଣରେ ଆସିଥିବାବେଳେ ମୁଖ୍ୟ ଗେଟ ଖୋଲାଥିବା ଦେଖୁଥିଲେ। ତାପରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଙ୍କୁ ଜଣାଇଥିଲେ। ମହାବିଦ୍ୟାଳୟର ଅଧକ୍ଷ ପରଜଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ଖୁବଶୀଘ୍ର ଚୋରମାନଙ୍କୁ ଧରିବାପାଇଁ ସାଧାରଣରେ ଦାବି ହେଉଛି।
CATEGORIES ଜିଲ୍ଲା