ପ୍ରାଣନାଥ ଥିଲେ ବିପ୍ଳବର ଅଗ୍ନିଶିକ୍ଷା ଓ ତ୍ୟାଗର ମୂର୍ତୀମନ୍ତ୍ରୀ ପ୍ରତୀକ ଜଟଣୀରେ ୫୫ତମ ଶ୍ରାଦ୍ଧ ଦିବସ ପାଳିତ

ପ୍ରାଣନାଥ ଥିଲେ ବିପ୍ଳବର ଅଗ୍ନିଶିକ୍ଷା ଓ ତ୍ୟାଗର ମୂର୍ତୀମନ୍ତ୍ରୀ ପ୍ରତୀକ ଜଟଣୀରେ ୫୫ତମ ଶ୍ରାଦ୍ଧ ଦିବସ ପାଳିତ

ଜଟଣୀ (କାଞ୍ଚନଟିଭି/ଆଶୁତୋଷ ରାୟ) ମହାନ ସ୍ବାଧୀନତା ସଂଗ୍ରାମୀ, ଓଡିଶାରେ କୃଷକ ଓ ଶ୍ରମିକ ଆନ୍ଦୋଳନର ପୁରୋଧା ତଥା ଓଡିଶାରେ ଶିକ୍ଷା ଆନ୍ଦୋଳନର ପ୍ରବର୍ତକ ଆଜିବନ ବିପ୍ଳବୀ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ କାଯ୍ୟ କଲେ ସମାଜରୁ ଅନୀତି ଦୁର୍ନୀତି, ଭ୍ରଷ୍ଟାଚାର ଦୁର ହେବା ସଙ୍ଗେ ସଙ୍ଗେ ସମାଜରେ ସବୁ ବର୍ଗର ଲୋକଙ୍କୁ ସାମାଜିକ ନ୍ୟାୟ ମିଳି ପାରିବ ବୋଲି ବକ୍ତା ମାନେ କହିଛନ୍ତି । ଏଣୁ ଛାତ୍ର ଓ ଯୁବ ସମାଜ ପ୍ରାଣନାଥ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ବାନ ଦିଆଯାଇଛି । ଆଜି ସକାଳେ ସ୍ଥାନୀୟ ପ୍ରାଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୫୫ତମ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନର ଚେୟାରମ୍ୟାନ ଅବନୀ ରାଉତରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫାଉଣ୍ଟେସନର ସାଧାରଣ ସଂପାଦକ ଜବାହରଲାଲ ସୁବୁଦ୍ଧି, ଦିବାକର ମଙ୍ଗରାଜ, ଆଦି ନାରାୟଣ ଖଣ୍ଡୁଆଳ, ସାରଙ୍ଗଧର ବେହେରା, ରବିନ୍ଦ୍ର ପ୍ରସାଦ ମିଶ୍ର, ପଦ୍ମନାଭ ପାଣିଗ୍ରାହୀ,ଅରୁଣ କୁମାର ମହାନ୍ତି,ବିଜୟ ପଣ୍ଡା,ବାସୁଦେବ ସେଠୀ, ସୁଶାନ୍ତ ରାଉତ,ପ୍ରବୀର ଜୁମାର ମହାନ୍ତି,ରଜନୀକାନ୍ତ ପଣ୍ଡା, ସଞ୍ଜୀବ କୁମାର, ସୁକା… କୁମାର ଆଚାର୍ଯ୍ୟ, କିଶୋର ଚନ୍ଦ୍ର ପାଇକରାୟ, ଶିବ ପ୍ରସାଦ ରଥ, ଶରତ ଚନ୍ଦ୍ର ପାଇକରାୟ, ଆଶୁତୋଷ ରାୟ, ଧୂରେନ ପ୍ରତିହାରୀ, ନିଳାମର ମିଶ୍ର ଓ ବି.ଭି.ରମଣା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ବିପ୍ଳବୀ ଜିବନୀ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ପ୍ରାଣନାଥଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ଶେଷରେ ନଟବର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ଜୟନ୍ତୀ ପାଳନ ଅବସରରେ ବାଜି ରାଉତଙ୍କ ଦେଶପ୍ରେମ ଓ ଦେଶ ମାତୃକାର ରକ୍ଷା ପାଇଁ ନିଜ ଜୀବନକୁ ବଳିଦାନ ଦେବା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!