
ଜଟଣୀରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ୧୪୮ତମ ଜୟନ୍ତୀ ପାଳିତ
ଜଟଣୀ:(କାଞ୍ଚନଟିଭି/ଆଶୁତୋଷ ରାୟ) ମହାନ ଦେଶ ଭକ୍ତ ସେବା ଓ ତ୍ୟାଗର ମୂର୍ତୀମନ୍ତ ପ୍ରତିକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ଜଟଣୀସ୍ଥିତ ଗୋପବନ୍ଧୁ ପାର୍କ ପରିସରରେ ଆଜି ସକାଳେ ଅନୁଷ୍ଠିତ ହୋଇଯାଇଛି । ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେବା ସଂଘର ସଭାପତି ବରିଷ୍ଠ ସାମାଦିକ ଅବନୀ ରାଉତରାୟ ପୌରହିତ୍ୟ କରିଥିଲେ । ଆଜିର ଯୁବ ଓ ଛାତ୍ର ସମାଜ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜର ସ୍ବାଭିମାନକୁ ବଜାୟ ରଖ୍ ସମାଜରେ ସେବା ମୁଳକ କାର୍ଯ୍ୟ କରିବା ପାଇଁ ଅତିଥୁ ମାନେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେବା ସଂଘର ସାଧାରଣ ସଂପାଦକ ଜବାହରଲାଲ ସୁବୁଦ୍ଧି, ବରିଷ୍ଠ ସାମାଦିକ ରବି ସ୍କାଇଁ,ଦିବାକର ମଙ୍ଗରାଜ, ବୈଷ୍ଣବ ବରାଳ, ସାରଙ୍ଗ ଧର ବେହେରା, ନଟବର ସ୍ବାଇଁ, ସୁରେଶ ଚନ୍ଦ୍ର ରଥ, ବିଜୟ ରାମ ମହାନ୍ତି, ଭକ୍ତବନ୍ଧୁ ଚୌଧୁରୀ, ସାମ୍ବାଦିକ ନିଳାମର ମିଶ୍ର,ସାମାଦିକ ଶୁଭ୍ରାଂଶୁ ଶେକର ଭଟ୍ଟାଚାର୍ଯ୍ୟ, ଆଦିନାରାୟଣ ଖଣ୍ଡୁଆଳ, ବିରେନ୍ଦ୍ର ଛୋଟରାୟ, ଶରତ ଚନ୍ଦ୍ର ପାଇକରାୟ, ବାସୁଦେବ ସେଠୀ, ସୁଶାନ୍ତ ରାଉତ, କିଶୋର ଚନ୍ଦ୍ର ପାଇକରାୟ, ଆଡ୍ଭୋକେଟ ଦେବାଶିଷ ଦାସ, ପୁଲକ ରଂଜନ ସ୍ବାଇଁ, ଜ୍ଞାନରଂଜନ ଦାସ, ହବିବୁର ରହମନ, ରଜନୀକାନ୍ତ ପଣ୍ଡା ପ୍ରମୁଖ ଭତ୍କଳମଣି ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଶେଷରେ ଆଜ୍ଭୋକେଟ ଶିବ ପ୍ରସାଦ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

