
ଲୋକଙ୍କ ମୁହଁରେ ହସ ଫୁଟାଉଛନ୍ତି ଟ୍ଵିଟର ଗାର୍ଲ୍ ସ୍ଵାତୀ ପ୍ରିୟା ଦାସ
ଭୁବନେଶ୍ୱର:(କାଞ୍ଚନ ଟିଭି/ରାଜେଶ ରାଉତ) କଳିଙ୍ଗ ବିହାର ବିକାଶ ବର୍ତ୍ତମାନ ସମୟରେ ମୋବାଇଲ ଓ ସୋସିଆଲ ମିଡିଆକୁ ଯୁବ ଗୋଷ୍ଠୀ ମନୋରଞ୍ଜନର ମାଧ୍ୟମ ଭାବେ ବାଛି ନେଇଥିବା ବେଳେ ଜଣେ ଶିକ୍ଷିତ ଝିଅ ସ୍ଵାତୀ ପ୍ରିୟା ଦାସ ଏହାକୁ ଆୟଦ୍ଧ କରି ନିଜ ଜିଲ୍ଲା ସମେତ ଓଡିଶାବାସୀଙ୍କ ସମସ୍ୟାର ସମାଧାନ କରୁଛନ୍ତି। ଭୁବନେଶ୍ୱର ତଥା ଐତିହାସିକ “ମହାନଗରୀ” ବା “ମନ୍ଦିର ନଗରୀ” ଖୋର୍ଦ୍ଧା ଜିଲ୍ଲା କଳିଙ୍ଗ ବିହାର ଅଞ୍ଚଳର ଶ୍ରୀଯୁକ୍ତ ସୀତାରାମ ଦାସ ଙ୍କ କନ୍ୟା ସ୍ଵାତୀ ପ୍ରିୟା ଦାସ ସ୍ଵାତୀ। ସେ ସାମ୍ବାଦିକତା ରେ ମାଷ୍ଟର ଡିଗ୍ରୀ ହାସଲ କରିବା ସହିତ ଆଇନ ଛାତ୍ରୀ ଭାବରେ ଅଧ୍ୟୟନ କରୁଛନ୍ତି, ଏବଂ ତାଙ୍କ ଅଞ୍ଚଳରେ ରେ ଥିବା ବିଭିନ୍ନ ସମାଜସେବା କାର୍ଯ୍ୟ କରିବା ସହିତ ଏହି ଟ୍ଵିଟର ଭଳି ସାମାଜିକ ଗଣ ମାଧ୍ୟମରେ ଆବାସ, ଭତ୍ତା, ରାସ୍ତା ଏବଂ ପାନୀୟ ଜଳ ସମସ୍ୟା ପ୍ରାୟ ୨୦୦୦ ରୁ ଉଦ୍ଧ ସମସ୍ୟାର ସମାଧାନ କରିସାରିଛନ୍ତି ।
CATEGORIES ରାଜ୍ୟ

