ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
ଜଗତସିଂହପୁର:(କାଞ୍ଚନ ଟିଭି) ଆଜି ନବରାତ୍ର ପୂଜାର ତୃତୀୟ ଦିନ। ଏଥିପାଇଁ ଚଳଚଞ୍ଚଳ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସ୍ଥିତ ମାଆ ଶାରଳାଙ୍କ ପୀଠ। ଚଣ୍ଡୀ ପାଠ, ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ ।
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ପାର୍ବଣ ପୂଜା ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ବ୍ୟାପି ମାଆଙ୍କ ପୀଠରେ ଅନୁଷ୍ଠିତ ହେବ। ଏହି ଅବସରରେ ମାଆ ଶାରଳାଙ୍କୁ ବିଭିନ୍ନ ବେଶରେ ସୁସଜ୍ଜିତ କରାଯିବା ସହ ମାଆଙ୍କ ପୀଠରେ ପ୍ରତିଦିନ ଷୋଡଶ ଉପଚାର ପୂଜା ଓ ଚଣ୍ଡୀ ପାଠ ଆଦି କରାଯାଉଛି । ମାଆଙ୍କ ଦର୍ଶନ ଝଙ୍କଡ଼ ଶାରଳା ପୀଠକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି।
CATEGORIES ସଂସ୍କୃତି