ଏସିଆ କପରେ ଶ୍ରୀଲଙ୍କା ଓ ପାକିସ୍ତାନର ଏକତରଫା ବିଜୟ

ଏସିଆ କପରେ ଶ୍ରୀଲଙ୍କା ଓ ପାକିସ୍ତାନର ଏକତରଫା ବିଜୟ

ନୂଆଦିଲ୍ଲୀ: ମହିଳା ଏସିଆ କପ୍ ୨୦୨୨ର ଦ୍ୱିତୀୟ ଦିନରେ ଶ୍ରୀଲଙ୍କା ଓ ପାକିସ୍ତାନ ନିଜ ନିଜ ମ୍ୟାଚ୍ ଜିତିଛନ୍ତି । ପାକିସ୍ତାନ ମାଲେସିଆକୁ ୯ ୱିକେଟରେ ପରାସ୍ତ କରିଛି ଓ ଶ୍ରୀଲଙ୍କା ୟୁଏଇକୁ ୧୧ ରନରେ ଡକ୍ୱୱର୍ଥ-ଲୁଇସ ନିୟମରେ ପରାସ୍ତ କରିଛି । ଅକ୍ଟୋବର ୧ ପ୍ରଥମ ଦିନରେ ଭାରତ ଶ୍ରୀଲଙ୍କାକୁ ପରାସ୍ତ କରିଛି ଓ ଆୟୋଜକ ବାଂଲାଦେଶ ଥାଇଲ୍ୟାଣ୍ଡକୁ ପରାସ୍ତ କରିଛି ।

ଦ୍ୱିତୀୟ ଦିନର ପ୍ରଥମ ମ୍ୟାଚ୍‌ରେ ମାଲେସିଆ ୨୦ ଓଭରରେ ୫୭/୯ ସ୍କୋର କରିଥିଲା, ଏହାର ଉତ୍ତରରେ ପାକିସ୍ତାନ ୯ ଓଭରରେ ମାତ୍ର ଗୋଟିଏ ୱିକେଟ୍ ହରାଇ ଜିତ ହାସଲ କରିଥିଲା । ଟୁବା ହାସନଙ୍କୁ କେବଳ ୧୩ ରନରେ ୨ ୱିକେଟ୍ ନେବା ପାଇଁ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ଭାବରେ ଚୟନ କରାଯାଇଥିଲା । ତାଙ୍କ ବ୍ୟତୀତ ଓମୈମା ସୋହେଲ ତିନୋଟି ୱିକେଟ୍ ନେଇଥିଲେ ।

ଦ୍ୱିତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ ୨୦ ଓଭରରେ ୧୦୯/୯ ସ୍କୋର କରିଥିଲା, ଏହାର ଉତ୍ତରରେ ୟୁଏଇ ୧୧ ଓଭରରେ ୫୪/୭ ସ୍କୋର କରିଥିଲା । ଡକ୍ୱର୍ଥ-ଲୁଇସ୍ ନିୟମ ଦ୍ୱାରା ୟୁଏଇର ଟାର୍ଗେଟ ୧୧ ଓଭରରେ ୬୬ ଥିଲା । ୩୭ ରନ୍‌ର ଇନିଂସ ପାଇଁ ହର୍ଷିତା ମାଧବୀଙ୍କୁ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ଭାବରେ ଚୟନ କରାଯାଇଥିଲା । ୟୁଏଇ ପାଇଁ କେବଳ ତିର୍ଥା ସତୀଶ ୧୦ ରୁ ଅଧିକ ରନ୍ ସ୍କୋର କରିଥିଲେ । ୟୁଏଇର ମହିକା ଗୌର ଓ ଵୈଷ୍ଣବ ମହେଶ ତିନୋଟି ଲେଖାଏଁ ୱିକେଟ୍ ନେଇଥିଲେ ।

ଭାରତ ମାଲେସିଆ ଏବଂ ବାଂଲାଦେଶ ପାକିସ୍ତାନ ସହିତ ୩ ଅକ୍ଟୋବର ଅର୍ଥାତ୍ ଆଜି ମୁହାଁମୁହିଁ ହେବେ । ଲିଗ୍ ପର୍ଯ୍ୟାୟରେ ସମସ୍ତ ସାତଟି ଦଳ ପରସ୍ପର ବିପକ୍ଷରେ ଗୋଟିଏ ମ୍ୟାଚ୍ ଖେଳିବେ ଓ ଏହା ପରେ ଶ୍ରେଷ୍ଠ ଚାରିଟି ଦଳ ସେମିଫାଇନାଲକୁ ଉନ୍ନୀତ ହେବେ । ଶେଷ ଥର ପାଇଁ ୨୦୨୮ରେ ମାଲେସିଆରେ ମହିଳା ଏସିଆ କପ୍ ଅନୁଷ୍ଠିତ ହୋଇଥିଲା । ଯେଉଁଠାରେ ବାଂଲାଦେଶ ଫାଇନାଲରେ ଭାରତକୁ ପରାସ୍ତ କରି ଟାଇଟଲ୍ ଜିତିଥିଲା

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!