ସିଲଭର ସିଟି କଟକର  ଦୁର୍ଗାପୂଜାର ବର୍ଷା ଭିଜା ମାହୋଲ

ସିଲଭର ସିଟି କଟକର ଦୁର୍ଗାପୂଜାର ବର୍ଷା ଭିଜା ମାହୋଲ

କଟକ:(କାଞ୍ଚନଟିଭି ବ୍ୟୁରୋରିପୋର୍ଟ୍) ଟୁଇନ ସିଟି କଟକ ଓ ଭୁବନେଶ୍ୱର ରେ ଚଳିତ ବର୍ଷ ଜଗତଜନନୀ ମା’ ଦୁର୍ଗାଙ୍କରପୂଜା ଉତ୍ସବ ଜମି ଆସୁଥିବା ବେଳେ ଲଘୁଚାପ ଜନିତ ଲଗାଣ ବର୍ଷା ପୂଜା ମାହୋଲକୁ ସମ୍ପୂର୍ଣ୍ଣ ଫିକା କରିଦେଇଛି। ତୁହାକୁ ତୁହା ବର୍ଷା ଯୋଗୁଁ ଜନସମାଗମ ହ୍ରାସ ପାଇଛି। ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ମହାସମାରୋହରେରେ ପାଳିତ ହେଉଛି। ସିଲଭର ସିଟି କଟକର ପୂଜା ମଣ୍ଡପ ଗୁଡିକରେ ମହାଷ୍ଟମୀ ପୂଜା ଧୂମଧାମରେ ପାଳିତ ହୋଇଥିବା ବେଳେ ଆଜି ମହାନବମୀରେ ବର୍ଷା ପାଇଁ ସବୁ ଫିକା ପଡିବା ଲକ୍ଷ୍ୟ କରାଯାଇଛି। କଟକ ସହରରେ ଚଳିତ ବର୍ଷ ସୁଦୃଶ୍ୟ ତୋରଣ ଓ ମଣ୍ଡପ ଗୁଡିକୁ ଆକର୍ଷଣୀୟଭାବେ ସାଜସଜ୍ଜା କରାଯାଇଛି। ମଣ୍ଡପ ଗୁଡିକୁ ଆଲୋକ ମାଳାରେ ସଜ୍ଜିତ କରାଯାଇଛି। ବର୍ଷା ସତ୍ୱେ ପ୍ରମୁଖ ପୂଜା ମଣ୍ଡପ ଚୌଧୁରୀ ବଜାର, ଚାନ୍ଦିନୀ ଚୌକ, ଶିଖର ପୁର, ରାଣୀହାଟ, ବାଦାମ ବାଡ଼ି, ତୁଳସୀ ପୁର, ପିଠା ପୁର, ନୟାସଡ଼କ, ଦୋଳ ମୁଣ୍ଡାଇ, ଚାଉଳିଆ ଗଞ୍ଜ ଆଦି ମଣ୍ଡପ ଗୁଡିକରେ ଜନ ସମାଗମ ହେଉଛି। ଚଳିତ ବର୍ଷ କଲେଜ ଛକରେ ନୂତନ ଚାନ୍ଦି ମେଢ ପୂଜାପାଉଥିବା ବେଳେ ସହରରେ ଚାନ୍ଦି ମେଢ ସଂଖ୍ୟା ୨୮ ରେ ପହଁଚିଛି।

ସେହିପରି ମହାନବମୀ ଓ ବିଜୟା ଦଶମୀପାଳନ ପାଇଁ ସବୁଠାରେ ପ୍ରସ୍ତୁତି ଚାଲିଛି। ଗତଦୁଇ ବର୍ଷ ହେବ କୋଭିଡ଼ କଟକଣା ଯୋଗୁଁ ନିରାଡ଼ମ୍ବର ଭାବରେ ପାଳିତ ହେଉଥିବା ବେଳେ ଚଳିତ ବର୍ଷ ଉତ୍ସାହ ଓ ଉଦ୍ଦୀପନା ର ସହିତ ଦୁର୍ଗାପୂଜା ପାଳିତ ହେଉଥିଲେହେଁ, ଲଘୁଚାପ ବର୍ଷା ପାଇଁ ସବୁକିଛି ଫିକା ପଡିଯାଇଛି।

Spread the love
CATEGORIES
TAGS
Share This

COMMENTS Wordpress (0) Disqus ( )

error: Content is protected !!