ଅନନ୍ତବିହାର ୱେଲଫେୟାର ସୋସାଇଟି ପକ୍ଷରୁ ଓଡ଼ିଆ ନବବର୍ଷ ପାଳିତ

ଅନନ୍ତବିହାର ୱେଲଫେୟାର ସୋସାଇଟି ପକ୍ଷରୁ ଓଡ଼ିଆ ନବବର୍ଷ ପାଳିତ

ବ୍ୟୁରୋ : ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଉପଲକ୍ଷେ ପୋଖରୀପୁଟ ସ୍ଥିତ ଅନନ୍ତବିହାର ୱେଲଫେୟାର ସୋସାଇଟି ପକ୍ଷରୁ ଭୁବନେଶ୍ୱର ଅନନ୍ତବିହାର ବିଡିଏ ପାର୍କରେ ଓଡ଼ିଆ ନବ ବର୍ଷ ବେଶ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ପୋଖରୀପୁଟର ପୁରାତନ କଳା ଅନୁଷ୍ଠାନ ସାଧନା ଆର୍ଟ ଆଣ୍ଡ କଲଚରର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ଓ ସଙ୍ଗୀତ ଭିତ୍ତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ “ସୁରତାଲ” ପରିବେଷିତ ହୋଇଥିଲା ।

ଏହି ଉତ୍ସବରେ ଅତିଥି ଭାବେ ସାଧନାର ଅଧକ୍ଷ ସୁଧାଂଶୁ ବିଶ୍ୱାଳ, ଅନନ୍ତବିହାର ୱେଲଫେୟାର ସୋସାଇଟିର ସଭାପତି ଦିଲ୍ଲୀପ କୁମାର ସାହୁ , ଉପସଭାପତି ଅରୁଣ କୁମାର ଧଳ, ସମ୍ପାଦକ ଦିଗମ୍ବର ସାହୁ, ସାଂସ୍କୃତିକ ସମ୍ପାଦକ ସତେନ୍ଦ୍ର ବିଶ୍ୱାଳ, ହର୍ଷବର୍ଦ୍ଧନ ସର, ପତିତପାବନ ପଣ୍ଡା, ରାଜେନ୍ଦ୍ର ବରାଳ, ଆଶୁତୋଷ ଦାସ, ସୁରେନ୍ଦ୍ରନାଥ ପରମାଣିକ, ହର୍ଷବର୍ଧନ ସର ଓ ରବିନାରାୟଣ ରଥ ଯୋଗଦେଇଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ଶ୍ରୀମତୀ ଶୋଭା ପରିଡା ଓ ବର୍ଷୀୟାନ ମଞ୍ଚ କଳାକାର ବିନାୟକ ମିଶ୍ର ଯୋଗଦେଇ ଓଡିଶା ମାଟିର ଜୟଗାନ କରିବା ସହିତ ଓଡ଼ିଆ ନବ ବର୍ଷ ପାଳନ ପ୍ରତିଟି ଓଡ଼ିଆଙ୍କ ମନରେ ମାତୃଭୂମି ଓ ମାତୃଭାଷା ପ୍ରୀତି ଜାଗ୍ରତ ହେବ ବୋଲି ମତ ରଖିଥିଲେ। ପ୍ରଥମ ଥର ପାଇଁ ସୋସାଇଟିରେ ବସବାସ କରୁଥିବା ସତୁରି ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତି ମାନଙ୍କୁ ବରିଷ୍ଠ ନାଗରିକ ସମ୍ମାନ ପ୍ରଦାନ କରାଯାଇଥିଲା। ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଓଡ଼ିଶାର ଯୁବ ଗୀତିକାର ତଥା ମଞ୍ଚ ଉପସ୍ଥାପକ କୁମାର ଲିଟନ ପରିଚାଳନା କରିଥିଲେ । ସୋସାଇଟି ପକ୍ଷରୁ ସମସ୍ତିଙ୍କୁ ସୁସ୍ୱାଦୁ ପଣା ବଣ୍ଟନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ସାଧନା ଆର୍ଟ ଆଣ୍ଡ କଲଚର ଶୁଭେନ୍ଦୁ ବିଶ୍ୱାଳ, ସରୋଜ ମିଶ୍ର, ସସ୍ମିତା ପଟ୍ଟନାୟକ , କାଦମ୍ବିନୀ ବିଶ୍ୱାଳ, ମନସ୍ବିନୀ ମିଶ୍ର, ତନୁଶ୍ରୀ ନାୟକ, ସୁଲୋଚନା ଜେନା, ସଙ୍ଗୀତା ଦାସ, ଲଷ୍ମୀପ୍ରିୟା ସେଠୀ ଓ ମୋନାଲିଶା ରଥ ପରିଚାଳନା କରିଥିଲେ। ଶେଷରେ ସାଧନା ଆର୍ଟ ଆଣ୍ଡ କଲଚରର ସମ୍ପାଦିକା ଶାଳିନୀ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!